www.samajalive.in
Sunday, December 7, 2025
23.1 C
Bhubaneswar

ପରଦାକୁ ଆସିଲା ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’

ମୁମ୍ବଇ : ଅନୁପମ ଖେର ଅଭିନୀତ ଚଳଚ୍ଚିତ୍ର ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଶୁକ୍ରବାର(୧୧ଜାନୁଆରୀ) ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରର କାହାଣୀ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଉପରେ ଆଧାରିତ। ମନମୋହନ ସିଂହଙ୍କ ମିଡିଆ ଉପଦେଷ୍ଟା ସଞ୍ଜୟ ବାରୁଙ୍କ ଦ୍ବାରା ଲିଖିତ ପୁସ୍ତକକୁ ଆଧାର କରି ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଚଳଚ୍ଚିତ୍ରରେ ମନମୋହନ ସିଂହଙ୍କ ଭୂମିକାରେ ଲୋକପ୍ରିୟ ଅଭିନେତା ଅନୁପମ ଖେର ଅଭିନୟ କରିଥିବା ବେଳେ ଅକ୍ଷୟ ଖନ୍ନାଙ୍କୁ ସଞ୍ଜୟ ବାରୁଙ୍କ ଭୂମିକାରେ ଦେଖିବାକୁ ମିଳିଛି। ବିଜୟ ରତ୍ନାକର ଗୁଟ୍ଟେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଅନୁପମ ଓ ଅକ୍ଷୟଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ସୁଜୈନ ବର୍ନଟ-ସୋନିଆ ଗାନ୍ଧୀ, ଅର୍ଜନ ମାଥୁର-ରାହୁଲ ଗାନ୍ଧୀ, ଆହାନା କୁମରା-ପ୍ରିୟଙ୍କା ଗାନ୍ଧୀ, ବିମଳ ବର୍ମା-ଲାଲୁ ପ୍ରସାଦ ଯାଦବ, ଅବତେର ସୈନୀ-ଲାଲ କୃଷ୍ଣ ଆଡ଼ୱାନୀ, ଅନିଲ ରସ୍ତୋଗୀ-ଶିବରାଜ ପାଟିଲଙ୍କ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି। ଏପରି ପରିସ୍ଥିତିରେ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି। ପ୍ରଥମ ଦିନରେ ଚଳଚ୍ଚିତ୍ର ୩ ରୁ ୪କୋଟି ଆୟ କରିବାର ଆକଳନ କରାଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories