nua o banner

ବାପା ବିରୋଧରେ ସାକ୍ଷ୍ୟ ଦେଇ ମାଆକୁ ନ୍ୟାୟ ଦେଲେ

BSKY banner  750×100
0

ଥାଣେ : ମହାରାଷ୍ଟ୍ରର ଥାଣେ ଜିଲାକୋର୍ଟରେ ଦୁଇ ପିଲା ନିଜ ବାପା ବିରୋଧରେ ସାକ୍ଷ୍ୟ ଦେଇ ମାଆକୁ ନ୍ୟାୟ ଦେଇଛନ୍ତି । ଏହି ସାକ୍ଷ୍ୟକୁ ଭିତ୍ତି କରି ଅଦାଲତ ପତ୍ନୀ ହତ୍ୟା ଅଭିଯୋଗରେ ୩୩ ବର୍ଷିୟ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛି । ପତ୍ନୀ ହତ୍ୟା ଅଭିଯୁକ୍ତ ବ୍ୟକ୍ତିଙ୍କ ଦୁଇ ଛୁଆ (୧୧ ବର୍ଷ ଏବଂ ୮ ବର୍ଷ)ର ସାକ୍ଷ୍ୟଙ୍କ ଆଧାରରେ ମାମଲାର ଶୁଣାଣି ହୋଇଥିଲା । ସୂଚନା ଅନୁସାରେ ସଦାଫଲ ଯାଦବ ଏବଂ ଉଷା ଯାଦବଙ୍କ ବିବାହ ୧୫ ବର୍ଷ ତଳେ ହୋଇଥିଲା । ସଦାଫଲ ଯାଦବଙ୍କ ସାନ ଭାଇର ବାହାଘର ପରେ ଉଭୟଙ୍କ ସମ୍ପର୍କର ତିକ୍ତତା ଆରମ୍ଭ ହୋଇଥିଲା। ସଦାଫଲର ସାନଭାଇଙ୍କ ପତ୍ନୀ ବହୁ ଟଙ୍କା ଯୌତୁକ ଆଣିଥିଲାବେଳେ ଉଷା ସେ ତୁଳାନାରେ ଯୌତୁକ ଆଣିନଥିଲା । ଅଧିକ ଯୌତୁକ ଦାବିରେ ଶାଶୂଘର ଲୋକେ ଉଷାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ୨୦୧୪ ଜୁନ୍‌ ୨୩ରେ ନିଜ ପିଲାଙ୍କ ଆଗରେ ସଦାଫଲ ଉଷାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ । ଅଦାଲତରେ ପିଲା ଦ୍ୱୟ ସେଦିନର ସମସ୍ତ ଘଟଣାବଳୀ ବର୍ଣ୍ଣନା କରିଥିଲେ । ଫଳରେ ବିଚାରପତି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଭଳି ଭାବେ ପିଲାମାନେ ବାପା ବିରୋଧରେ ସାକ୍ଷ୍ୟ ଦେଇ ନିଜ ମାଆକୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହୋଇଛନ୍ତି ।

Leave A Reply