www.samajalive.in
Saturday, December 6, 2025
17.1 C
Bhubaneswar

ଭାଲୁ ଆକ୍ରମଣରେ ଦୁଇ ଗୁରୁତର

ଠାକୁରମୁଣ୍ଡା: ଭାଲୁ ଆକ୍ରମଣରେ ଦୁଇ ଗୁରୁତର । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜର ବାରପୌଟିଆ ଗାଁରୁ । ଉକ୍ତ ଗ୍ରାମର ଗୁଲିଆ ହାଁସଦା ଏବଂ ବସନ୍ତ ନାଏକ ଆଜି ସକାଳୁ ସକାଳୁ ଜଙ୍ଗଲ ନିକଟକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଦୁଇଟି ଭାଲୁ ଅତର୍କିତ ଆକ୍ରମଣ କରିବା ଦ୍ୱାରା ଉଭୟ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ଭାଲୁ ଆକ୍ରମଣ ସମୟରେ ଉଭୟ ଜୋରରେ ପାଟି କରିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଭାଲୁଙ୍କୁ ଘଉଡ଼ାଇବା ସହିତ ଗୁରୁତର ଆହତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ଠାକୁରମୁଣ୍ଡା ମେଡ଼ିକାଲ ଆଣି ଏଠାରେ ଚିକିତ୍ସା କରିଥିଲେ ମଧ୍ୟ ମୁଣ୍ଡ, ଗାଲ ଏବଂ ହାତରେ ଗଭୀର କ୍ଷତ ହୋଇ ଥିବା ଦ୍ୱାରା ପ୍ରଚୁର ରକ୍ତସ୍ରାବ ହୋଇଥିବା କାରଣରୁ ଅଵସ୍ଥା ଗୁରୁତର ରହିଛି। ତେଣୁ ଅଧିକ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଲୟକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର । ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ଗତ ଏକ ମାସ ମଧ୍ୟରେ ଭାଲୁ ଆକ୍ରମଣରେ ୮ରୁ ଅଧିକ ଆହତ ହୋଇ ସାରିଲେଣି । ଯାହା ଦ୍ୱାରା ଲୋକ ଏବେ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories