www.samajalive.in
Saturday, December 6, 2025
15.1 C
Bhubaneswar

ଉଦ୍ଧାର ହୋଇଥିବା ମୃତ ଶିଶୁକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ପୁଲିସ

ରେଙ୍ଗାଲିକ୍ୟାମ୍ପ :  ଅତାବିରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ଗତକାଲି ଅତାବିରା ପୁଲିସ ଦ୍ବାରା ଏକ ମୃତ ଶିଶୁ କୁ ଉଦ୍ଧାର କରାଯାଇ ସଂରକ୍ଷଣ କରି ରଖାଯାଇଥିଲା ଓ ନିୟମ ଅନୁଯାୟୀ ୭୨ ଘଣ୍ଟା ପର୍ୟ୍ୟନ୍ତ ସମୟ ଧାର୍ୟ୍ୟ ରଖାଯାଇଥିଲା ।ଏହି ନିର୍ଦ୍ଧାରିତ ସମୟରେ ତାର ପରିବାର ବର୍ଗ କେହି ଆସିଲେ ତାକୁ ହସ୍ତାନ୍ତର କରିବା ପାଇଁ। ତେଣୁ ଏହି ସମୟ ଅବଧି ଭିତରେ ମୃତ ଶିଶୁର ପରିବାର ବର୍ଗଙ୍କ ବିଷୟରେ ଜାଣିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଥିଲ।  । ଆଜି ଉକ୍ତ ଶିଶୁର ପରିବାର ବର୍ଗଙ୍କ ବିଷୟରେ ସୂଚନା ପାଇ ପୁଲିସ ତାଙ୍କୁ ଖବର ଦେଇଥିଲା । ଖବର ପାଇ ପରିବାର ବର୍ଗ ଆସିଥିଲେ ଓ ତାଙ୍କୁ ମୃତ ଶିଶୁକୁ ହସ୍ତାନ୍ତର କରାଯାଇଛି । ସେମାନେ ହେଲେ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ନାଇକେନ୍ ପାଲି ଦେଉଳପତର ଗ୍ରାମର କିଲି ବାଗ ଓ ପିତା ମାନସ ମନହିରା ।
ସେମାନଙ୍କ କହିବା ଅନୁସାରେ ଏହି ଶିଶୁଟି ତାଙ୍କର ପ୍ରଥମ ସନ୍ତାନ। ଜନ୍ମର ଦୁଇଦିନ ପରେ ଅଚାନକ ତାର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ତାକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ଶିଶୁଟିକୁ ବଞ୍ଚାଇ ପାରିନଥିଲେ । ତେଣୁ ସନ୍ତାନକୁ ହରେଇ ମାଆର ମାନସିକ ସ୍ଥିତି ବିଗିଡି ଯାଇଥିଲା। ତେଣୁ ମୃତ ଶିଶୁକୁ ଧରି ଘରକୁ ଫେରିବା ବାଟରେ ତାକୁ ଫିଙ୍ଗି ଦେଇ ଚାଲି ଯାଇଥିଲେ । କିନ୍ତୁ ଏମିତି ରାସ୍ତାରେ ଫିଙ୍ଗି ଦେଇ ଚାଲିଯିବା ଏକ ଅମାନୁଷିକ କାର୍ୟ୍ୟକଳାପ ବୋଲି ପୁଲିସ କହିଥିଲା । ଅନ୍ତତଃ ତାକୁ କୌଣସି ଜାଗାରେ ପୋତି ଦେବା ଉଚିତ୍ । ଆଉ ଏମିତି ଭୁଲ  କରିବେ ନାହିଁ ବୋଲି ସେମାନେ ପୁଲିସ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ଓ ଏସ ଆଇ ଯାଦବ ବାଗଙ୍କ ପ୍ରୟାସ ପାଇଁ ଅଞ୍ଚଳରେ ସାଧୁବାଦ୍ ଦିଆଯାଇଛି ।ସମୟ ଅବଧି ପୂର୍ବରୁ ନିରନ୍ତର ପ୍ରୟାସ ବଳରେ ପୁଲିସ ଶିଶୁର ପିତା ମାତାଙ୍କ ବିଷୟରେ ସୂଚନା ପାଇ ପାରିଥିଲା ଓ ଶିଶୁକୁ ହସ୍ତାନ୍ତର କରିପାରିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories