www.samajalive.in
Friday, December 5, 2025
20.1 C
Bhubaneswar

ଦାଦନ ଖଟିବାକୁ ଯାଇଥିଲେ ; ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବକ

ବୌଦ୍ଧ  : କୋଏମ୍ବାଟୁରକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୌଦ୍ଧର ଯୁବକ ଫିରୋଜ ଅରବାଜ ଖାଁ । ଅନ୍ୟ ପକ୍ଷରେ ତାଙ୍କ ମୃତଦେହ କିପରି ବୌଦ୍ଧକୁ ଅଣାଯିବ ସେନେଇ ପରିବାର ଲୋକେ ଚିନ୍ତାରେ ରହିଛନ୍ତି । ଏହିପରି ଏକ ଅସମୟରେ ସହଯୋଗ କରିବାକୁ ପରିବାର ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି । ଦୁଇବର୍ଷ ହେଲା ସେ କୋଏମ୍ବାଟୁର ଏକ କମ୍ପାନୀରେ କାମ କରୁଥିଲେ ।  କାମ ସାରିି ଘରକୁ ଫେରୁଥିବା ସମୟରେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା । ବାଇକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଶବକୁ ଡାକ୍ତରଖାନରେ ପୋଷ୍ଟମୋର୍ଟମ ପାଇଁ ରଖାଯାଇଥିବା ସୂଚନା ମିଳିଛି । ବୌଦ୍ଧର ଅବଦୁଲ ଫିରୋଜ ଖାଁଙ୍କ ତିନି ପୁତ୍ର ମଧ୍ୟରୁ ଅରବାଜ ବଡପୁଅ  । ଅରବାଜଙ୍କ ମୃତ୍ୟୁ ଖବର ଆସିବା ପରେ ବନ୍ଧୁ ପରିଜନ ମଧ୍ୟରେ ଶୋକ ପ୍ରକାଶ ପାଇଛି । ଜିଲାଶ୍ରମ ଅଧିକାରୀ ଫିରୋଜଙ୍କ ସହିତ ଏନେଇ କଥା ହୋଇଥିବା ସୂଚନା ମିଳିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories