www.samajalive.in
Monday, December 15, 2025
17.1 C
Bhubaneswar

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୪୮ ଦିନ ହେଲା ଅଙ୍ଗନବାଡ଼ି ବନ୍ଦ

ଠାକୁରମୁଣ୍ଡା: ଅଙ୍ଗନବାଡ଼ି କର୍ମୀ ଚୟନକୁ କେନ୍ଦ୍ର କରି ୪୮ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ବନ୍ଦ ହୋଇ ରହିଛି। ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇ ବାଉଁଶ ବାଡ଼ବୁଜି ବନ୍ଦ କରି ରଖିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଖୋଦ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ।

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭରାଣ୍ଡିହା ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କ ଅବସର ଗ୍ରହଣ ପରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇ କର୍ମୀ ଚୟନ ହୋଇଥିଲା। କର୍ମୀ ଚୟନ ନିୟମ ଅନୁଯାୟୀ ହୋଇ ନଥିବା ଅଭିଯୋଗ କରି ଏହାର ସମାଧାନ ନହେବା ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲିବ ବୋଲି ଗ୍ରାମର ମହିଳାମାନେ ଜିଦ୍ ଧରି ତାଲା ପକାଇ ଦେଇଥିଲେ। ଘଟଣାର ସମାଧାନ ପାଇଁ ସେ ସମୟରେ ସିଡିପିଓ ପ୍ରେମାଲତା ସେଠୀ, ସ୍ଥାନୀୟ ସରପଞ୍ଚ, ଠାକୁରମୁଣ୍ଡା ଥାନା ପୁଲିସ ତାଲା ପଡିଥିବା ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରନଥିଲା। ଫଳରେ ସେତେବେଳେ ସମସ୍ତେ ନିରାଶ ହୋଇ ଫେରିଥିଲେ ।

- Advertisement -

ପ୍ରକାଶ ଥାଉକି, କର୍ମୀ ନିଯୁକ୍ତି ପାଇଁ ସିଡିପିଓଙ୍କ କାର୍ଯ୍ୟାଳୟରୁ ଗତ ୧୮/୦୭/ ୨୦୨୩ ରିଖ ବିଜ୍ଞାପନ ସଂଖ୍ୟା ୫୫୫ ଅନୁଯାୟୀ ଭରାଣ୍ଡିହା ଅଙ୍ଗନବାଡି କେନ୍ଦ୍ରର କର୍ମୀ ନିଯୁକ୍ତି ନିମନ୍ତେ ଗ୍ରାମର ରମାକାନ୍ତ ବାଇଁଷିଆଙ୍କ ଘର ପାଖରୁ ରାଇଟର ସିମିନାଖିଆ ଘର ପର୍ଯ୍ୟନ୍ତ ଥିବା ପ୍ରାର୍ଥିନୀମାନଙ୍କୁ ପ୍ରାଧାନ୍ୟ ଦିଆଯିବା ନିମନ୍ତେ ପ୍ରକାଶିତ ହୋଇଥିବା ନେଇ ଆବେଦନକାରୀମାନେ କହିଛନ୍ତି। ସେହି ଅନୁଯାୟୀ କର୍ମୀ ଚୟନ କରାଯାଇନଥିବା ଅଭିଯୋଗ ଆଣି ଗ୍ରାମର ମହିଳାମାନେ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଏହି ପଦବୀ ପାଇଁ ୧୪ ଜଣ ଆବେଦନ କରିଥିଲେ। ଯାଞ୍ଚ ପରେ ୯ ଜଣ ଆବେଦନକାରୀଙ୍କୁ ବିଚାରକୁ ନିଆଯାଇ ଗ୍ରାମର ବାର ପାଉଟିଆ ସାହିର କିରଣ ଟୁଡୁଙ୍କୁ ଅଙ୍ଗନବାଡି କର୍ମୀ ଭାବରେ ଚୟନ କରାଯାଇଥିଲା। ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୧୨ ତାରିଖ ଦିନ ଚିଠି ନମ୍ବର ୮୨୦ ଅନୁସାରେ କାର୍ଯ୍ୟରେ ଯୋଗ ଦେବା ପାଇଁ ଚୟନ ହୋଇଥିବା କିରଣ ଟୁଡୁଙ୍କୁ ପତ୍ର କରାଯାଇଥିଲ। ଏ ସମ୍ପର୍କରେ ସିଡିପିଓ ପ୍ରେମଲତା ସେଠୀ କହିଥିଲେ ଯେ, ଭରାଣ୍ଡିହା ଅଙ୍ଗନବାଡି କେନ୍ଦ୍ର ସେବା ଅଞ୍ଚଳରୁ ପ୍ରାର୍ଥିନୀ ଚୟନ କରାଯାଇଛି। ଏଥିରେ କୌଣସି ଅନିୟମିତତା କରାଯାଇନାହିଁ। ତାଲା ପଡିବା ଘଟଣାର ସମାଧାନ ହୋଇ ନଥିବା ସମ୍ପର୍କରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରନାହିଁ। ଅନ୍ୟପଟେ ଏହି ଅଙ୍ଗନବାଡ଼ି କେନ୍ଦ୍ରଟି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନିର୍ବାଚନ ମଣ୍ଡଳୀ ଭିତରେ ହୋଇଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ୪୮ ଦିନ ହେଲା ବନ୍ଦ ପଡିଥିବା ବେଳେ ଏହାର ସ୍ଥାୟୀ ସମାଧାନ ଦିଗରେ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ନାହାନ୍ତି। ବର୍ତ୍ତମାନ ସେହି କେନ୍ଦ୍ର ଅଧିନରେ ଥିବା ବାରପଉଟିଆ ଓ ଭରାଣ୍ଡିହା ପାତ୍ର ସାହିରେ ପଡାପୃଷ୍ଟି ମାଧ୍ୟମରେ କିଛି ଶିଶୁଙ୍କୁ କେବଳ ଖାଦ୍ୟ ଦିଆଯାଉଛି । ତୁରନ୍ତ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁ କରିବା ଜରୁରୀ ହୋଇଥିବା ବେଳେ ଏହାର ସମାଧାନ ପାଇଁ ମନ୍ତ୍ରୀ କି ପ୍ରଶାସନ ଦୃଷ୍ଟି ଦେଉ ନଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ସିଡିପିଓ ପ୍ରେମାଲତା ସେଠି କହିଛନ୍ତି ଯେ, ଖୁବଶୀଘ୍ର ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଉପରିସ୍ଥ ଅଧିକାରୀ ଗ୍ରାମକୁ ଯାଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories