www.samajalive.in
Friday, December 12, 2025
27.1 C
Bhubaneswar

ମାଳମାଳ ସରକାରୀ ଯୋଜନା କିନ୍ତୁ ଲୋକ ପାଇଁ ବିଲର ଚୁଆପାଣି ଭରସା

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲାରେ ଆଜି ବି ବହୁ ଗାଁ ଅଛି ଯେଉଁଠି ଲୋକ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇ ପାରୁନାହାନ୍ତି। ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି ହେଲେ ପ୍ରକୃତରେ ଏହା ଗ୍ରାମାଞ୍ଚଳରେ ପହଞ୍ଚି ପାରୁନି । ଯୋଜନା ଯୋଜନାରେ ହିଁ ରହିଯାଉଛି। ଏବେ ବି ଲୋକଙ୍କ ପାଇଁ ବିଶୁଦ୍ଧ ପାଣି ଟିକିଏ ପାଇବା ସ୍ବପ୍ନ ପାଲଟିଛି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ କେଶଡିହା ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗାଁ ତଳସାହିରେ। ଗ୍ରାମବାସୀ ଏବେ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି। ୫୦ ରୁ ଊର୍ଦ୍ଧ୍ବ ପରିବାରର ୨୫୦ରୁ ଅଧିକ ଜନସଂଖ୍ୟା ଗ୍ରାମରେ ପିଇବା ପାଣି ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ଗ୍ରାମରେ ଥିବା ଗୋଟିଏ ନଳକୂପ ଅନେକ ଦିନ ହେଲା ଅଚଳ ହୋଇପଡି ଥିବାବେଳେ ଅନ୍ୟଟି ଅଧଘଣ୍ଟେ ମାରିଲେ ବାଲଟିଏ ପାଣି ମିଳେ । ଗ୍ରାମବାସୀ ଅଭିଯୋଗ କରି କରି ହାଲିଆ ହେଲେ ବି କେହି ଶୁଣୁନାହାନ୍ତି।

ଗ୍ରାମବାସୀଙ୍କ ପାଣି ସମସ୍ୟା ବର୍ତ୍ତମାନର ନୁହେଁ, ବହୁଦିନର। ଟୋପାଏ ପାଣି ପାଇଁ କେତେ ବେଳେ ବିଲ ଚୁଆ ତ କେତେବେଳେ ନଦୀ ର ଝରଣ ପାଣି ଉପରେ ବର୍ଷ ତମାମ ନିର୍ଭର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଗ୍ରାମର ସାଲୁକା ସୁଣ୍ଡି ,ପ୍ରଧାନ ସିଂ ଗାଗରାଇ, ମଙ୍ଗଲ ସିଂ ସୁଣ୍ଡି , ଠାକୁର ବାନ୍ଦିଆ, ସିଲାଇ ସୁଣ୍ଡି, ଶାନ୍ତି ଗାଗରାଇ,ସବିତା ସୋଏ ସୁନାରାମ ଗାଗରାଇ ଓ ଅନ୍ୟ ଗ୍ରାମବାସୀ ମାନେ, ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories