ଠାକୁରମୁଣ୍ଡା : ଓଡ଼ିଶା କଂଗ୍ରେସ ଦଳ ସହ ଅନ୍ୟ ଦଳ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବରେ ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଗାଡ଼ିମଟର, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ, କୋର୍ଟ, ବ୍ଲକ, ତହସିଲ କାର୍ଯ୍ୟାଳୟ ଆଦି ସମ୍ପର୍ଣ୍ଣ ବନ୍ଦ ରହିଛି। କଂଗ୍ରେସ କର୍ମୀମାନେ ବିଭିନ୍ନ ଛକ ବଜାର ଜଗି ରହିଛନ୍ତି। ଜରୁରୀକାଳୀନ ସ୍ଵାସ୍ଥ୍ୟ ସେବା କାର୍ଯ୍ୟରେ ଲୋକେ ଯିବା ଆସିବା କରୁଥିବା ଦେଖାଯାଇଛି। ଔଷଧ ଦୋକାନକୁ ବାଦ ଦେଲେ ଅନ୍ୟାନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ଛକରେ ପୁଲିସ ମୁତୟନ ହୋଇଛନ୍ତି।
Popular Categories



