www.samajalive.in
Saturday, December 6, 2025
26.1 C
Bhubaneswar

କୋକସରାରେ ଅଚଳ ହାଇମାକ୍ସ ଓ ଷ୍ଟ୍ରିଟ୍ ଲାଇଟ୍, ମରାମତି କେବେ  ?

କୋକସରା : କୋକସରା ବ୍ଲକ ମୁଖ୍ୟାଳୟର ଅଚଳ ହାଇମାକ୍ସ ଓ ଷ୍ଟ୍ରିଟ୍ ଲାଇଟ୍ ମୁଖ୍ୟ ସମସ୍ୟା ରୂପେ ଉଭା ହୋଇଛି । ମୁଖ୍ୟାଳୟ ହୋଇଥିବାରୁ ଜନ ଗହଳି ସ୍ଥାନ ସହ  ରହିଛି ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ । ବ୍ଲକର ୨୨ ପଞ୍ଚାୟତ ବ୍ୟତୀତ ପଡୋଶୀ ବ୍ଲକ ଜୟପାଟଣା ତଥା ଦଣ୍ଡପାଟ ଅଞ୍ଚଳର ଅନେକ ଲୋକ ଦୈନନ୍ଦିନ କୋକସରା ସହର ଉପରେ ନିର୍ଭର କରିଥାନ୍ତି । ଯେକୌଣସି ସ୍ଥାନକୁ ଯାତ୍ରା ପାଇଁ ଦୈନିକ ଶତାଧିକ ଯାତ୍ରୀ  ସନ୍ଧ୍ୟା ହେଲେ କୋକସରା ବସଷ୍ଟାଣ୍ଡ ସହିତ ବିଭିନ୍ନ ଛକ ମାନଙ୍କରେ  ଅପେକ୍ଷା କରି ରୁହନ୍ତି । କିନ୍ତୁ କୋକସରା ଗ୍ରାମରେ ବ୍ଲକ,ପଞ୍ଚାୟତ ଓ ଅନ୍ୟାନ୍ୟ ପାଣ୍ଠି ରୁ  ଲଗା ଯାଇଥିବା ହାଇମାକ୍ସ ଓ ଷ୍ଟ୍ରିଟ୍ ଲାଇଟ୍ ମରାମତି ଅଭାବରୁ ଅଚଳ ହୋଇ ପଡିଛି । ଫଳରେ ସନ୍ଧ୍ୟା ହେବାମାତ୍ରେ କୋକସରା ସହର ମୁଖ୍ୟ ରାସ୍ତା ସହ ହସ୍ପିଟାଲ ଛକ, ବସ ଷ୍ଟାଣ୍ଡ, ପୋଲିସ ଛକ, ଶିବ ମନ୍ଦିର ଛକ, ଜଗନ୍ନାଥ ମନ୍ଦିର ଛକରେ ଲାଗିଥିବା ହାଇମାକ୍ସ ଓ  ଗାଁର ବିଭିନ୍ନ ପଡ଼ାରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଦିର୍ଘ ମାସ ହେବ ଅଚଳ ଅବସ୍ଥାରେ ପଡି ରହିଛି । ଯାହାଦ୍ବାରା ଗଳି କନ୍ଦିରେ ସରୀସୃପ ଭୟ ରହିଥିବା ବେଳେ  ଯାତ୍ରୀ ମାନେ ସନ୍ଧ୍ୟା ପରେ ଚୋର ଖଣ୍ଟ ଭୟରେ ନିଜକୁ ସୁରକ୍ଷିତ ମଣୁ ନଥିବା ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ସଦର ପଞ୍ଚାୟତ  ଗତବର୍ଷ  ଲାଇଟ ଗୁଡକୁ ମରାମତି  କରିଥିଲା । କିନ୍ତୁ କିଛି ମାସ ଜଳିବା ପରେ ତାହା ପୁଣି ଅଚଳ ହୋଇ ପଡିଛି । ଗ୍ରାମବାସୀ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଲାଇଟ ମରାମତି କରିବା ପାଇଁ ଅଭିଯୋଗ ସତ୍ତ୍ୱେ ମଧ୍ୟ ପଞ୍ଚାୟତ ପକ୍ଷରୁ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଯାହା ଫଳରେ ସନ୍ଧ୍ୟା ପରେ ଅନ୍ଧକାରରେ  ଅଞ୍ଚଳବାସୀ ଯାତାୟାତ କରୁଛନ୍ତି। ନିକଟ  ଅତୀତରେ ଗାଁରେ ଚୋରି, ଡକାୟତି,ରାହାଯାନୀ ଘଟଣା  ଲୋକାଙ୍କୁ ଭୟଭୀତ କରୁଛି ।  ରାତିରେ ବୁଲା କୁକୁରଙ୍କ  ଉତ୍ପାତ ମଧ୍ୟ ବଢ଼ି ଚାଲିଛି । ଡାକ୍ତରଖାନା ମଝିରେ ଥିବା ହାଇମାକ୍ସ ଜଳୁ ନ ଥିବାରୁ  ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସ୍ଥାନୀୟ ବ୍ଲକ ପ୍ରଶାସନ ଓ କୋକସରା ପଞ୍ଚାୟତ କର୍ତ୍ତୃପକ୍ଷ ଯଥାଶୀଘ୍ର ଷ୍ଟ୍ରିଟ ଲାଇଟ ମରାମତି କରିବାକୁ କୋକସରା ଅଞ୍ଚଳବାସୀ  ଦାବି କରିଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories