www.samajalive.in
Saturday, December 6, 2025
23.1 C
Bhubaneswar

କଲ୍ୟାଣସିଂହପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

କଲ୍ୟାଣସିଂହପୁର: ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବାମପନ୍ଥୀ ଓ କଂଗ୍ରେସ ଦଳ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଥିବାରୁ ପ୍ରଭାବରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଦାସଙ୍କ ଡାକରାରେ ରାୟଗଡା ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଆହ୍ୱାନ କ୍ରମେ ବ୍ଲକ ସଭାପତି ଚିନ୍ତାଲୀ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ବହୁ କଂଗ୍ରେସଦଳର କର୍ମୀ ନେତା ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଛନ୍ତି।
ରୋଗୀବୁହା, ଅଗ୍ନିଶମ ଜରୁରୀକାଳୀନ ସେବାକୁ ବାଦ ଦେଇ ସ୍କୁଲ, କଲେଜ, ଛୋଟବଡ଼ ଦୋକାନ ବଜାର, କାର୍ଯ୍ୟାଳୟ ଗୁଡିକ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ। ଏଥିରେ ସାଂସଦ ପ୍ରତିନିଧି କୁମାରସ୍ୱାମୀ କୌଶଲ୍ୟା, ବିଧାୟକ ପ୍ରତିନିଧି ପ୍ରଶାନ୍ତ ନନ୍ଦ କୌଶଲ୍ୟା, ନିୟମଗିରି ପାହାଡ଼ରେ ଆବାହକ ଲଦ ଶିକକା, କଞ୍ଜାଙ୍ଗମାଣ୍ଡି ବୋଳି ମାଝୀ, ପାର୍ସାଲି ସଭାପତି ଅଣ୍ଡେଲ ଭତ୍ରା,ପାର୍ଶାଲି ସମିତିସଭ୍ୟ ବିକାଶ ବାଗ, ପୂର୍ବତନ ସରପଞ୍ଚ ବାମ ଶିକକା, ଏସି ସେଲର ଜିଲ୍ଲା ଉପସଭାପତି (ବୁଡୁ) ଚିତ୍ତରଞ୍ଜନ ଗାଣ୍ଟା, ଲକ୍ଷ୍ମଣ ଲିଙ୍ଗିରି, ଆପୁଲୁ ସ୍ୱାମୀ କୌଶଲ୍ୟା, ଗୁଡୁଲ୍ଲା ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିକରପାଇ ପଞ୍ଚାୟତରେ ବନ୍ଦ ପାଇଁ ସମର୍ଥନ କରିଥିବା ବେଳେ କୌଣସି ଦଳୀୟ କର୍ମୀ ଉପସ୍ଥିତ ରହିନଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ଓ ଯବାନମାନେ ମୁତୟନ ରହିଥିଲେ।

ବାସ୍‌ ୨୩ ଜୁଲାଇକୁ ଅପେକ୍ଷା ; ୧୦୦ ବର୍ଷ ପରେ ଗଜକେସରୀ ଯୋଗ, ଏହି ରାଶିଙ୍କୁ କୋଟିପତି କରିବେ ଶିବଶଙ୍କର, କିଣିବେ ଘର,ଜମି, ମିଳିବ ବଡ ସଫଳତା..

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories