www.samajalive.in
Saturday, December 6, 2025
14.1 C
Bhubaneswar

ଥାଇଲାଣ୍ଡ, ମାଲେସିଆରେ ବନ୍ୟା : ୧୨ ମୃତ

ବ୍ୟାଙ୍କକ୍‌/କୁଆଲା ଲୁମ୍ପୁର : ବିଗତ ଦୁଇଦିନ ଧରି ଥାଇଲାଣ୍ଡ ଓ ମାଲେସିଆରେ ପ୍ରବଳ ବର୍ଷା ଲାଗିଥିବାରୁ ସେଠାରେ ବନ୍ୟା ପରିସ୍ଥିତି ଜଟିଳ ଆକାର ଧାରଣ କରିଛି। ଏଥିଯୋଗୁଁ ଥାଇଲାଣ୍ଡରେ ୯ ଏବଂ ମାଲେସିଆରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଥାଇଲାଣ୍ଡରେ ବନ୍ୟା ପ୍ରକୋପରେ ୫,୩୪,୦୦୦ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାବେଳେ ସହସ୍ରାଧିକ ଲୋକଙ୍କୁ ଅସ୍ଥାୟୀ ରିଲିଫ ଶିବିରରେ ଥଇଥାନ କରାଯାଇଛି। ଥାଇଲାଣ୍ଡର ସୋଙ୍ଗଖଲା ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଜଳବନ୍ଦୀ ଥିବା ଲୋକଙ୍କୁ ବୋଟ୍‌ ଜରିଆରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଅପରପକ୍ଷରେ ମାଲେସିଆର ୯ଟି ପ୍ରଦେଶରେ ବନ୍ୟା ଯୋଗୁଁ ପ୍ରାୟ ୧,୪୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ପଡ଼ୋଶୀ ଫିଲିପାଇନ୍ସରେ ଗତ ନଭେମ୍ବରରେ ୬ ଥର ସାମୁଦ୍ରିକ ଝଡ଼ ଅନୁଭୂତ ହୋଇଥିବାବେଳେ ବ୍ୟାପକ କ୍ଷୟକ୍ଷତି ଘଟିଥିବା କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories