www.samajalive.in
Tuesday, December 9, 2025
16.1 C
Bhubaneswar

ଆଇସିସି ଟେଷ୍ଟ ମାନ୍ୟତା କୋହଲି ୨ନଂରେ ସ୍ଥିର, ୯କୁ ଖସିଲେ ବୁମରା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ମଙ୍ଗଳବାର ଟେଷ୍ଟ ମାନ୍ୟତା ପ୍ରକାଶ ପାଇଛି। ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପୂର୍ବପରି ୨ନଂରେ ସ୍ଥିର ରହିଥିବା ବେଳେ ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ଗୋଟିଏ ସ୍ଥାନ ତଳକୁ ଖସି ୯ନଂରେ ରହିଛନ୍ତି।

ବ୍ୟାଟିଂ ମାନ୍ୟତାରେ କୋହଲି ୮୮୬ ପଏଣ୍ଟ ସହ ୨ନଂରେ ରହିଥିବା ବେଳେ ଚେତେଶ୍ବର ପୂଜାରା ୭୬୬ ଓ ଅଜିଙ୍କ୍ୟ ରାହାଣେ ୭୨୬ ପଏଣ୍ଟ ସହ ଯଥାକ୍ରମେ ୮ ଓ ୧୦ନଂରେ ସ୍ଥିର ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ଭାରତର ରବୀନ୍ଦ୍ର ଜାଡେଜା ପୂର୍ବପରି ୩ନଂରେ ରହିଛନ୍ତି।

- Advertisement -

ପାକିସ୍ତାନର ବ୍ୟାଟସମ୍ୟାନ୍‌ ବାବର ଆଜାମ୍‌ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ୪୭ ରନ୍‌ କରିଥିବାରୁ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ୫ନଂରେ ରହିଛନ୍ତି। ସେହିପରି ଅନ୍ୟତମ ପାକିସ୍ତାନ ବ୍ୟାଟସମ୍ୟାନ୍‌ ଆବିଦ୍‌ ଅଲ୍ଲି ମାନ୍ୟତାର ୪୯ ଓ ମହମ୍ମଦ ରିଜୱାନ୍‌ ୭୫ନଂରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଇଂଲଣ୍ଡ ବରିଷ୍ଠ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ଓ ଜେମ୍‌ସ ଆଣ୍ଡରସନ୍‌ଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ବ୍ରଡ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ୨ନଂରେ ରହିଥିବା ବେଳେ ଆଣ୍ଡରସନ୍‌ ଦୁଇଟି ସ୍ଥାନ ଉପରକୁ ଉଠି ୧୪ନଂରେ ରହିଛନ୍ତି। ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଆବାସ୍‌ ଦୁଇଟି ସ୍ଥାନ ଉପରକୁ ଉଠି ମାନ୍ୟତାରେ ୮ନଂରେ ରହିଛନ୍ତି। ବ୍ୟାଟିଂ ମାନ୍ୟତାରେ ଇଂଲଣ୍ଡର ଜାକ୍‌ କ୍ରଲେ ୮୧ନଂରେ ରହିଥିବା ବେଳେ ବେନ୍‌ ଷ୍ଟୋକ୍‌ସ ଓ ଜୋ ରୁଟ୍‌ ଯଥାକ୍ରମେ ୭ମ ଓ ୯ମ ସ୍ଥାନରେ ରହିଛନ୍ତି।
ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ପଏଣ୍ଟ ଟେବୁଲରେ ଭାରତ ୩୬୦ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨୯୬ ପଏଣ୍ଟ ସହ ଦ୍ବିତୀୟ, ଇଂଲଣ୍ଡ ୨୭୯ ପଏଣ୍ଟ ସହ ତୃତୀୟ ଓ ପାକିସ୍ତାନ ୧୫୩ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories