ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ ; ସାମିଙ୍କ ପ୍ରତ୍ୟାବର୍ତ୍ତନ ବାଦ୍‌ ପଡିଲେ ଭୁବନେଶ୍ୱର କୁମାର

0

ମୁମ୍ବଇ :  ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ  ଟେଷ୍ଟ ସିରିଜର ପ୍ରଥମ  ତିନୋଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା  କରାଯାଇଛି। ବୁଧବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ଦଳରେ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ଥଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ୍‌ କରାଯାଇଛି। ଅନ୍ୟପକ୍ଷରେ ପେସ୍‌ ବୋଲର ମହମ୍ମଦ ସାମି ଦଳକୁ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଛନ୍ତି।  ଏକ ଦିବସୀୟ ମ୍ୟାଚ ଖେଳୁନଥିବା ଯଶପ୍ରିତ ବୁମ୍‌ରାଙ୍କୁ ଦଳରେ ସାମିଲ୍‌ କରାଯାଇଛି। ହେଲେ ଆହତ ସମସ୍ୟା ପାଇଁ ସେ ପ୍ରଥମ ମ୍ୟାଚଟି ଖେଳିପାରିବେ ନାହିଁ। ତେବେ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ଭୁବନେଶ୍ୱର କୁମାର ଆହତ ହୋଇଥିବାରୁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇନାହିଁ ।

ଟେଷ୍ଟ ଟିମ୍‌ର ନିୟମିତ ୱିକେଟ ରକ୍ଷକ ରିଦ୍ଧିମାନ ସାହା ଆହତ ଯୋଗୁ ସିରିଜରୁ ବାଦ୍‌ ପଡ଼ିଛନ୍ତି। ପନ୍ଥଙ୍କ ସମେତ ଦିନେଶ କାର୍ତ୍ତିକ ଦୁଇଜଣ ୱିକେଟ୍‌ କିପର୍‌ଙ୍କୁ ଦଳରେ ସାମିଲ୍‌ କରାଯାଇଛି। ସେହିପରି ବିସିସିଆଇ ଚୟନକର୍ତ୍ତା ବରୁଣ ନାୟାରଙ୍କୁ ମଧ୍ୟ ଦଳରେ ସୁଯୋଗ ଦେଇଛନ୍ତି। ଅନ୍ୟପଟେ ରୋହିତ ଶର୍ମା ଦଳକୁ ଫେରିପାରିନାହାନ୍ତି।

ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ  ମ୍ୟାଚ ଆସନ୍ତା ୧ ଅଗଷ୍ଟରୁ ବର୍ମିଂହାମରେ ଖେଳାଯିବ।

ଭାରତୀୟ ଟେଷ୍ଟ ଦଳ : ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ବରୁଣ ନାୟାର, ଦିନେଶ କାର୍ତ୍ତିକ (ୱିକେଟ୍‌ କିପର), ରିଷବ ପନ୍ତ (ୱିକେଟ୍‌ କିପର), ଆର ଅଶ୍ୱିନ, ରବିନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରିତ୍‌ ବୁମ୍‌ରା ଓ ଶର୍ଦ୍ଦୁଲ ଠାକୁର

Leave A Reply