www.samajalive.in
Saturday, December 6, 2025
16.1 C
Bhubaneswar

ଭାରତରେ ଖୋଲିଲା ଟେସ୍‌ଲା ଶୋ’ରୁମ୍‌, ସାମ୍ନାକୁ ଆସିଲା ପ୍ରଥମ ଝଲକ୍

ମୁମ୍ବଇ: ଲୋକପ୍ରିୟ ବୈଦ୍ୟୁତିକ କାର୍ ନିର୍ମାତା କମ୍ପାନୀ ଟେସ୍‌ଲା ଭାରତରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। ମଙ୍ଗଳବାର ମୁମ୍ବଇର ବିକେସିରେ ଟେସ୍‌ଲାର ପ୍ରଥମ ଶୋ’ରୁମ୍‌ର ଶୁଭାରମ୍ଭ ହୋଇଛି। ମୁମ୍ବଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ମେକର ମ୍ୟାକ୍ସିଟି ମଲ୍‌ରେ ଟେସ୍‌ଲା ଶୋ’ରୁମ୍ ଖୋଲିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଟେସଲା ଶୋ’ରୁମ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଦେଶରେ ଟେସ୍‌ଲାକୁ ସ୍ଵାଗତ କରି କହିଛନ୍ତି, ‘‘ଟେସ୍‌ଲା, ଭାରତକୁ ସ୍ଵାଗତ’’।


ଚଳିତ ବର୍ଷ ଆରମ୍ଭରେ ଟେସ୍‌ଲା ଭାରତରେ କର୍ମଚାରୀ ନିଯୁକ୍ତି ଆରମ୍ଭ କରିଥିଲା, ଯାହାପରେ ଟେସ୍‌ଲା ଭାରତୀୟ ବଜାରରେ ପ୍ରବେଶ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଟେସ୍‌ଲା ସିଇଓ ଏଲନ ମସ୍କ ମଧ୍ୟ ପୂର୍ବରୁ ଭାରତରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ସେ ଭାରତରେ ଉଚ୍ଚ ଆମଦାନୀ ଟିକସକୁ ସବୁଠାରୁ ବଡ଼ ସମସ୍ୟା ବୋଲି କହିଥିଲେ। ତେବେ ଭାରତ ସରକାର ନିକଟରେ ନୂଆ ଇଭି ନୀତି ଘୋଷଣା କରିଛନ୍ତି, ଯାହାଦ୍ଵାର ବିଶ୍ୱସ୍ତରୀୟ ଇଭି କାର୍ ନିର୍ମାତାମାନଙ୍କୁ ଅନେକ ସୁବିଧା ମିଳିବାସହ କମ୍ ଆମଦାନୀ ଟିକସ ଦେବାକୁ ପଡ଼ିବ। ତେଣୁ ଆଗାମୀ ସମୟରେ ଟେସ୍‌ଲା ଭାରତରେ ଇଭି ନିର୍ମାଣ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିପାରେ ବୋଲି ଆଶା କରାଯାଉଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories