www.samajalive.in
Friday, December 5, 2025
27.1 C
Bhubaneswar

୩ ମାସରେ ଇ-କେୱାଇସି ନକେଲ କଟାଯିବ କାର୍ଡ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ରାସନ କାର୍ଡ ପାଇବା ପାଇଁ ୨୦ଲକ୍ଷ ୫୮ହଜାର ଲୋକ ଇ-କେୱାଇସି କରିନାହାଁନ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଇ-କେୱାଇସି କରିନଥିବା ଲୋକଙ୍କ ଚାଉଳ ବନ୍ଦ କରାଯାଇଛି । ଆସନ୍ତା ୩ମାସ ଭିତରେ ଇ-କେୱାଇସି ନକଲେ ସେମାନଙ୍କ କାର୍ଡ କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଯଦି ଚାଉଳ ମିଳୁନାହିଁ ସେମାନେ ଯଥାଶୀଘ୍ର ଇ-କେୱାଇସି ଅପଡେଟ୍‍ କଲେ ସରକାର ଚାଉଳ ଦେବେ । ୩ମାସ ପର୍ଯ୍ୟନ୍ତ ସରକାର ଅପେକ୍ଷା କରିବେ, ସେହି ସମୟରେ କାର୍ଡ ଗୁଡିକ ସସପେଣ୍ଡ ଅବସ୍ଥାରେ ରହିବ । ୩ମାସରେ ଇ-କେୱାଇସି ନକଲେ କାର୍ଡ କାଟିଦେବେ ସରକାର । ଏହାସହିତ ନେଟୱାର୍କ ନଥିବା ଜିଲାମାନଙ୍କରେ ନେଟୱାର୍କ ବ୍ୟବସ୍ଥା କରାଯାଇଛି । ୫ବର୍ଷରୁ ଅଧିକ ବୟସ ପିଲାମାନେ ରାସନ କାର୍ଡରେ ସାମିଲ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories