www.samajalive.in
Saturday, December 6, 2025
14.1 C
Bhubaneswar

ଦୁଇ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ଗଳାକାଟି ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ରେ ପୁଣି ଥରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ପୁଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ଦୁଇଜଣ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ଗଳାକାଟି ହତ୍ୟା କରିଛନ୍ତି।

ଛତିଶଗଡ଼ର ବିଜାପୁର ଜିଲା ଅନ୍ତର୍ଗତ ପିଲୁର ଏବଂ ଟେକାମେଟା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମାଓବାଦୀମା​‌ନେ ଗାଁକୁ ଯାଇ ଶିକ୍ଷକଦ୍ଵୟଙ୍କୁ ଘରୁ ବାହାରକୁ ଆଣି ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି। ଘଟଣାକୁ ନେଇ ଉକ୍ତ ୨ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଛତିଶଗଡ଼ରେ ପୁଲିସ ଏବଂ ସୁରକ୍ଷାବାହିନୀ ପକ୍ଷରୁ କିଛି ମାସ ହେବ ସୀମାନ୍ତ ଜଙ୍ଗଲରେ ବଡ଼ ଧରଣର ମାଓବାଦୀ ଦମନ ଅପରେସନ ଜାରି ରହିଛି। ଯେଉଁଥିପାଇଁ ବହୁ ସଂଖ୍ୟାରେ ମାଓବାଦୀ ଆତ୍ମସମର୍ପଣ କରୁଛି। କିନ୍ତୁ ମାଓବାଦୀଙ୍କ ଏପରି ହିଂସା ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରିଥିବା କୁହାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories