ଶ୍ରୀନଗର : ଜାମ୍ମୁ କାଶ୍ମୀରର ଦକ୍ଷିଣରେ ଥିବା କୁଲଗାମ ଜିଲ୍ଲାର ଖୁର ବଟପୁରରେ ଲୁଚି ରହିଥିବା ଚାରିଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଛନ୍ତି। ଏହି ଏନକାଉଣ୍ଟରରେ ଦୁଇଜଣ ସେନା କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ନିହତ ହୋଇଥିବା ଚାରି ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଉଛି। ସେଥିମଧ୍ୟରୁ ତିନି ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏପର୍ୟ୍ୟନ୍ତ ଜଣଙ୍କୁ ଚିହ୍ନଟ କରାଯାଇ ନାହିଁ। ସେମାନେ ସମସ୍ତେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ଜଣାପଡିଛି। ଆହତ ସେନା କର୍ମୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ କୁଲଗାମରେ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ଏହି ୪ ଜଣ ଆତଙ୍କବାଦୀ ସାମିଲ ଥିଲେ। ନିହତ ହୋଇଥିବା ଚାରିଜଣ ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣ ହେଲେ ପମ୍ବାଇର ବାସିନ୍ଦା ସାହିଦ୍ ଅହମ୍ମଦ, ଖୁଲର ବାସିନ୍ଦା ଆଦିଲ ଚୁମ୍ବ ଏବଂ ଚିମର ର ବାସିନ୍ଦା ଏଜାଜ ନାଇକୁ ବୋଲି ଜଣାପଡିଛି। ଚତୁର୍ଥ ଆତଙ୍କବାଦୀ ଏପର୍ୟ୍ୟନ୍ତ ଚିହ୍ନଟ ହୋଇନାହିଁ। ସର୍ଚ୍ଚ ଅପରେସନ ପରେ ସୁରକ୍ଷାକର୍ମୀ ଚାରି ଆତଙ୍କବାଦୀଙ୍କ ମୃତଦେହ ଏବଂ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରିଛି।
କୁଲଗାମରେ ଏନକାଉଣ୍ଟର ; ୪ ଆତଙ୍କବାଦୀ ନିହତ, ୨ ଯବାନ ଆହତ
Popular Categories



