www.samajalive.in
Saturday, December 6, 2025
16.1 C
Bhubaneswar

୩ ସହର ଓ ୩ ଗାଁ ସଟ୍‍ ଡାଉନ : ୪୫ କ୍ୱାରେଣ୍ଟାଇନରେ ୬୪ ଅଟକ

କଟକ : ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଗତ ରାତି ୮ଟାରୁ ୪୮ ଘଣ୍ଟା ପାଇଁ ସଂମ୍ପୂର୍ଣ୍ଣ ବନ୍ଦ ବା ସଟ୍‍ ଡାଉନ ପାଳନ କରାଯାଉଛି। ରସ୍ତା ଘାଟ ଶୂନସାନ ଓ ଦୋକାନ ବଜାର ବନ୍ଦ ରହିଛି। ଆମ୍ବୁଲାନ୍ସ ସମେତ କେତେକ ଜରୁରୀକାଳୀନ ସେବା ପାଇଁ ଗାଡି ଚଳାଚଳ କରୁଛି। ସହରର ବିଭିନ୍ନ ସ୍ଥାନରେ ପୁଲିସ ଗାଡି ପଇଁତରା ମାରୁଛି।
କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଏହି ସଟ୍‍ ଡାଉନ ବଳବତ୍ତର ରହିବ।
ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାର ବ୍ରହ୍ମବରଦା, ଭଦ୍ରକର ଏରେଇଁ ପଞ୍ଚାୟତକୁ ସଟ୍‍ ଡାଉନ ଘୋଷଣା କରାଯାଇଛି। ପୁରୀ ଜିଲ୍ଲାର ପିପିଲି ବ୍ଲକ ଅନ୍ତର୍ଗତ ଦାନଗହିର ଗାଁକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ଦିନ ପାଇଁ ସଟ୍‍ ଡାଉନ ଘୋଷଣା କରାଯାଇଛି।
ଏହି ସଟ୍‍ ଡାଉନ ସମୟରେ ଗ୍ରୋସରୀ,ପନି ପନିପରିବା, ଫଳ, କ୍ଷୀର, ମାଛ, ମାଂସ ଦୋକାନ ବନ୍ଦ ରହିଛି। କମ୍‍ ସଂଖ୍ୟକ ଔଷଧ ଦୋକାନ ଖୋଲା ରହିଛି। ସେହିପରି ମାତ୍ର ହାତଗଣତି ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିଛି। ଏହି ସମୟରେ କମିଶନରେଟ ପୁଲିସ ପକ୍ଷରୁ ବାହାରେ ବୁଲୁଥିବା ୪୫ଜଣଙ୍କୁ ପୁଲିସ ଉଠାଇ ନେଇ ୧୪ ଦିନ କ୍ୱାରେଣ୍ଟାଇନରେ ରଖିଛିା ସେହପରି ନିୟମ ଭଙ୍ଗ ଅଭିଯୋଗରେ ପୁଲିସ ୬୪ ଜଣଙ୍କୁ ଅଟକ ରଖିଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।
ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଗତ ରାତି ୮ଟାରୁ ୪୮ ଘଣ୍ଟା ପାଇଁ ସଂମ୍ପୂର୍ଣ୍ଣ ବନ୍ଦ ବା ସଟ୍‍ ଡାଉନ ପାଳନ କରାଯାଉଛି। ରସ୍ତା ଘାଟ ଶୂନସାନ ଓ ଦୋକାନ ବଜାର ବନ୍ଦ ରହିଛି। ଆମ୍ବୁଲାନ୍ସ ସମେତ କେତେକ ଜରୁରୀକାଳୀନ ସେବା ପାଇଁ ଗାଡି ଚଳାଚଳ କରୁଛି। ସହରର ବିଭିନ୍ନ ସ୍ଥାନରେ ପୁଲିସ ଗାଡି ପଇଁତରା ମାରୁଛି ।
କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଏହି ସଟ୍‍ ଡାଉନ ବଳବତ୍ତର ରହିବ।
ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାର ବ୍ରହ୍ମବରଦା, ଭଦ୍ରକର ଏରେଇଁ ପଞ୍ଚାୟତକୁ ସଟ୍‍ ଡାଉନ ଘୋଷଣା କରାଯାଇଛି। ପୁରୀ ଜିଲ୍ଲାର ପିପିଲି ବ୍ଲକ ଅନ୍ତର୍ଗତ ଦାନଗହିର ଗାଁକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ଦିନ ପାଇଁ ସଟ୍‍ ଡାଉନ ଘୋଷଣା କରାଯାଇଛି।
ଏହି ସଟ୍‍ ଡାଉନ ସମୟରେ ଗ୍ରୋସରୀ,ପନି ପନିପରିବା, ଫଳ, କ୍ଷୀର, ମାଛ, ମାଂସ ଦୋକାନ ବନ୍ଦ ରହିଛି। କମ୍‍ ସଂଖ୍ୟକ ଔଷଧ ଦୋକାନ ଖୋଲା ରହିଛି। ସେହିପରି ମାତ୍ର ହାତଗଣତି ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିଛି। ଏହି ସମୟରେ କମିଶନରେଟ ପୁଲିସ ପକ୍ଷରୁ ବାହାରେ ବୁଲୁଥିବା ୪୫ଜଣଙ୍କୁ ପୁଲିସ ଉଠାଇ ନେଇ ୧୪ ଦିନ କ୍ୱାରେଣ୍ଟାଇନରେ ରଖିଛିା  ସେହିପରି ନିୟମ ଭଙ୍ଗ ଅଭିଯୋଗରେ ପୁଲିସ ୬୪ ଜଣଙ୍କୁ ଅଟକ ରଖିଥିବା ଭୁବନେଶ୍ୱର ଡିସିପି କହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories