www.samajalive.in
Sunday, December 7, 2025
14.1 C
Bhubaneswar

ବିଜେପି ନେତାଙ୍କୁ ଉଠାଇ ନେଲେ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଜଣେ ବିଜେପି ନେତା ଓ ତାଙ୍କ ବାପା-ଭାଇଙ୍କୁ ହତ୍ୟାର ସପ୍ତାହକ ମଧ୍ୟରେ ଆଉ ଜଣେ ବିଜେପି ନେତା ମେହରାଜ ଉଦ୍‌-ଦିନ୍‌ ମାଲ୍ଲାଙ୍କୁ ଅହପରଣ କରିନେଇଛନ୍ତି ଆତଙ୍କବାଦୀ। ବାରାମୂଳା ଜିଲାର ୱାଟରଗାମ୍‌ ମ୍ୟୁନିସିପାଲ୍‌ କମିଟି ଉପସଭାପତି ଥିବା ମେହରାଜ ବୁଧବାର ତାଙ୍କ ବନ୍ଧୁଙ୍କୁ ଭେଟିବାକୁ ଚାଲି ଚାଲି ଯାଉଥିବାବେଳେ ରାଫିଆବାଦର ମାରାଜିଗଣ୍ଡଠାରେ ତାଙ୍କୁ ଆତଙ୍କବାଦୀମାନେ ଏକ କାର୍‌ରେ ଉଠାଇ ନେଇଥିଲେ। ଘଟଣା ପରେ ସ୍ଥାନୀୟ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି।

ନିକଟରେ କିଛି ଦିନ ତଳେ ଆତଙ୍କବାଦୀମାନେ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମାରି ବିଜେପିରେ ଯୋଗଦେଉଥିବା ଲୋକଙ୍କୁ ସତର୍କ କରାଇଥିଲେ। ଗତ ୮ ତାରିଖ ରାତିରେ ବାନ୍ଦିପୋର ଜିଲାରେ ବିଜେପି ନେତା ୱାସିମ ବାରି, ତାଙ୍କ ବାପା ଏବଂ ଭାଇଙ୍କୁ ନିଜ ଘର ନିକଟରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ବୁଧବାର ଜଣେ ବିଜେପି ନେତାଙ୍କୁ ଅପହରଣ କରାଯାଇଥିବାରୁ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଦମନ ଅଭିଯାନକୁ ଜୋରଦାର କରିଥିବାରୁ ଏଠାରେ ବିଜେପି ଏବଂ ଏହାର ନେତାମାନଙ୍କୁ ଟାର୍ଗେଟ କରାଯାଉଥିବା ସନ୍ଦେହ କରାଯାଉଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories