www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୬୦ ମୃତ

ଇସଲାମାବାଦ : ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶ ଅନ୍ତର୍ଗତ ମୁସାଖାଇଲ ଜିଲାରେ ପୃଥକ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୬୦ ଜଣ ପ୍ରାଣ ହରାଇଛନ୍ତି। ଆହତ ୧୫ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପାଇଁ ‘ବାଲୋଚିସ୍ତାନ ଲିବରେସନ ଆର୍ମି’ ନିଜକୁ ଦାୟୀ କରିଛି। ସୂଚନା ମୁତାବକ ଆତଙ୍କବାଦୀମାନେ ରବିବାର ରାତିରେ ପଞ୍ଜାବ-ବାଲୋଚିସ୍ତାନ ଜାତୀୟ ରାଜପଥରେ ଏକାଧିକ ବସ୍‌, ଟ୍ରକ ଏବଂ ଅନ୍ୟ ଯାନଗୁଡିକୁ ଅଟକାଇ ସେଥିରେ ଥିବା ଯାତ୍ରୀଙ୍କୁ ଓହ୍ଲାଇବାକୁ ନିର୍ଦେଶ ଦେଇଥିଲେ। ସେମାନଙ୍କର ଜାତିଗତ ପରିଚୟ ଯାଞ୍ଚ କରିବା ପରେ ଆତଙ୍କବାଦୀମାନେ ପଞ୍ଜାବରୁ ଆସିଥିବା ଲୋକଙ୍କୁ ମୁଖ୍ୟତଃ ଟାର୍ଗେଟ କରି ଗୁଳି କରିବାରୁ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଆତଙ୍କବାଦୀମାନେ ବସ୍‌ଯାତ୍ରୀଙ୍କ ବ୍ୟତୀତ କୋଇଲା ବୋଝେଇ ଟ୍ରକ୍‌ଗୁଡିକର ଡ୍ରାଇଭରଙ୍କୁ ମଧ୍ୟ ଗୁଳିକରି ହତ୍ୟା କରିଥିବା କୁହାଯାଇଛି। ଆତଙ୍କବାଦୀମାନେ ଅତି କମରେ ୧୦ଟି ଟ୍ରକ୍‌ ପୋଡିଦେଇଛନ୍ତି। ରବିବାର ରାତିରେ ଆତଙ୍କବାଦୀମାନେ ସେଠାରେ ଥିବା କେତେକ ଥାନା, ସେନା ଶିବିର ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏଥିଯୋଗୁଁ ୨୦ ଜଣଙ୍କର ପ୍ରାଣହାନି ଘଟିଛି। ଆତଙ୍କବାଦୀମାନେ ପାକିସ୍ତାନ-ଇରାନକୁ ସଂଯୋଗ କରୁଥିବା ଏକ ଟ୍ରେନ ଲାଇନ ଏବଂ ବାଲୋଚିସ୍ତାନର ରାଜଧାନୀ କ୍ବେଟାରେ ଥିବା ଏକ ପୋଲକୁ ବିସ୍ଫୋରଣ ଜରିଆରେ ଉଡାଇ ଦେଇଛନ୍ତି। ଅପରପକ୍ଷରେ ପାକ୍‌ ସୈନ୍ୟଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ୧୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତିି ବୋଲି ଗୃହମନ୍ତ୍ରୀ ମୋହସିନ ନକ୍‌ଭୀ ସୂଚନା ଦେଇଛନ୍ତି। ବାଲୋଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବୁଗ୍‌ତି ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ନିକଟ ଅତୀତରେ ପାକିସ୍ତାନରେ ଏହା ଅନ୍ୟତମ ବୃହତ୍‌ ଆତଙ୍କବାଦୀ ଆକ୍ରମଣ ବୋଲି ପାକିସ୍ତାନର ସଂଘୀୟ ସୂଚନା ମନ୍ତ୍ରୀ ଆତାଉଲ୍ଲା ତରାର କହିଛନ୍ତି। ପାକିସ୍ତାନର ସବୁଠାରୁ ବୃହତ୍‌ ପ୍ରଦେଶ ଭାବେ ପରିଗଣିତ ବାଲୋଚିସ୍ତାନ ଖଣିଜ ସମ୍ପଦରେ ଭରପୂର ହୋଇଥିଲେ ସୁଦ୍ଧା ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ସେଠାକାର ବାସିନ୍ଦାଙ୍କର ଉନ୍ନତି ଘଟିପାରୁନାହିଁ। ଫଳରେ ଦୀର୍ଘଦିନ ଧରି ବାଲୋଚିସ୍ତାନ ବାସିନ୍ଦାମାନେ ପାକିସ୍ତାନରୁ ଅଲଗା ହେବାକୁ ଉଦ୍ୟମ ଚଳାଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories