ଆତଙ୍କବାଦୀଙ୍କ ଶିବିର ନଷ୍ଟ ହୋଇଥିବାର ରହିଛି ବଳିଷ୍ଟ ପ୍ରମାଣ: ଭାରତୀୟ ବାୟୁସେନା
![](https://samajalive.in/wp-content/uploads/2019/03/354459-india.jpg)
ନୂଆଦିଲ୍ଲୀ ..- ପାକିସ୍ତାନ ଅଧିକୃତ କାଶ୍ମୀରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣରେ ଆତଙ୍କବାଦୀ ଶିବିର ନଷ୍ଟ ହୋଇଥିବାର ବଳିଷ୍ଟ ପ୍ରମାଣ ରହିଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ବାଲାକୋଟରେ ଥିବା ଆତଙ୍କବାଦୀ ଶିବିର ଉପରେ ବୋମା ବର୍ଷଣ କରାଯାଇଥିଲା । ଏହା ଲକ୍ଷ୍ୟ ଭେଦ କରିଥିବା ବାୟୁସେନା ପକ୍ଷରୁ କୁହାଯାଇଛି । ସିନ୍ଥେଟିକ୍ ଆପାଚର୍ ରାଡାରରେ ନିଆଯାଇଥିବା ଛବିରେ ଆତଙ୍କବାଦୀ ଶିବିର ନଷ୍ଟ ହେଉଥିବାର ସ୍ପଷ୍ଟ ଭାବେ ଦେଖାଯାଉଛି ।
![prayash](https://samajalive.in/wp-content/uploads/2024/12/prayash.jpg)
ଏହା ପୂର୍ବରୁ କିଛି ସ୍ୱତନ୍ତ୍ର ସେଟଲାଇଟ୍ ବିଶେଷଜ୍ଞ ଆତଙ୍କବାଦୀ ଶିବିର ନଷ୍ଟ ହେଉଥିବାର ସ୍ପଷ୍ଟ ଭାବେ ଜଣା ପଡୁ ନ ଥିବା କହିଥିଲେ । ଆତଙ୍କବାଦୀ ଶିବିରର ୧୦୦ରୁ ୨୦୦ ମିଟର ଦୂରରେ ବୋମା ପଡିଥିବା କଥା ସେମାନେ କହିଥିଲେ । ମାତ୍ର ଭାରତର ରକ୍ଷା ବିଶେଷଜ୍ଞ କହିଛନ୍ତି ଆତଙ୍କବାଦୀ ଆଡ୍ଡା ଉପରେ ଯେଉଁ ବୋମା ବର୍ଷା କରାଯାଇଥିଲା ସେଥିରେ ଆତଙ୍କବାଦୀ ଆଡ୍ଡା ନଷ୍ଟ ଭ୍ରଷ୍ଟ ହୋଇଯାଇଛି । ଏସ୍ଏଆର୍ ରାଡାରରୁ ମିଳିଥିବା ଛବିରେ ଏହା ସ୍ପଷ୍ଟ ହୋଇଯାଇଛି । ଏହି ଛବିକୁ ଦେଖାଇବେ କି ନାହିଁ ତାହା ସରକାରଙ୍କ ଉପରେ ନିର୍ଭର କରୁଛି ବୋଲି ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)