www.samajalive.in
Saturday, December 6, 2025
23.1 C
Bhubaneswar

ଆମେ ଉତ୍ତେଜନା ହ୍ରାସ କରିବୁନି- ଆକ୍ରମଣ କରିବୁ: ପାକିସ୍ତାନ ସେନା ମୁଖପାତ୍ର

ଇସଲାମାବାଦ- ଭାରତ ଉତ୍ତେଜନା ହ୍ରାସ କରିବୁ ନାହିଁ ବୋଲି ପାକିସ୍ତନ ସେନାର ମୁଖପାତ୍ର ଅରିଫ୍‌ ଅହମ୍ମଦ ପ୍ରକାଶ କରିଛନ୍ତି । ଏବେ ସେ ନିଜର ସୁରକ୍ଷା କରୁଥିବା କଥା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଭାରତ ପାକିସ୍ତାନର ବହୁତ କ୍ଷତି କରିସାରିଲାଣି ବୋଲି ପାକିସ୍ତାନ କହିଛନ୍ତି । ପାକିସ୍ତାନ ସଦା ସର୍ବଦା ଭାରତ ବିରୁଦ୍ଧରେ ଆତଙ୍କବାଦକୁ ସମର୍ଥନ କରିଆସୁଛି । ପାକିସ୍ତାନ ଅଧିକୃତ କାଶ୍ମୀର ସହ ପାକିସ୍ତାନର ଅନେକ ଅଂଶରେ ଆତଙ୍କବାଦୀମାନଙ୍କୁ ତାଲିମ୍‌ ଦେଉଛି ।

ପେହଲ୍‌ଗାମ୍‌ରେ ନୀରିହ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ହତ୍ୟା କରିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ପାକିସ୍ତାନ ଏହାକୁ ଚିରାଚରିତ ଭାବେ ହାଲ୍‌କାରେ ନେଇଥିଲା । ଏହାର ଜବାବ୍‌ରେ ଭାରତ କ୍ଷେପଣାସ୍ତ୍ର ଆକ୍ରମଣ କରି ବିଭିନ୍ନ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଥିଲା । ଏହା ସହ ଲାହୋରେ ଥିବା ବିଭିନ୍ନ ଏୟାର ଡିଫେନ୍ସ ସିଷ୍ଟମ୍‌ ନଷ୍ଟ କରିଥିଲା ।

- Advertisement -

ଭୟଭୀତ ପାକିସ୍ତାନ ମେ ୮ ତାରିଖ ରାତିରେ ଅସ୍ତ୍ର ବିହୀନ ଡ୍ରୋନ୍‌ ସହ କ୍ଷେପଣାସ୍ତ୍ର ମାଡ କରିଥିଲା । ଏହା ବିରୋଧରେ ଭାରତ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏଥିରେ କରାଚୀ ବନ୍ଦର ନଷ୍ଟ ହେବା ସହ ପାକିସ୍ତାନର ବିଭିନ୍ନ ସହରରେ କ୍ଷେପଣାସ୍ତ୍ର ପଡିଥିଲା । ପାକିସ୍ତାନର ଆକ୍ରମଣକୁ ଭାରତ ପଣ୍ଡ କରିବା ସହ ଓଲଟା ତା ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ।

ତଥାପି ପାକିସ୍ତାନ ଏଥିରେ ଚୁପ୍‌ ନ ରହି ଆକ୍ରମଣର ଧମକ ଦେଇଛି । ୯ ତାରିଖ ସନ୍ଧ୍ୟ ସମୟେ ଜମ୍ମୁ କଶ୍ମୀର ଉରି, ସହ ପଞ୍ଜାବର ପଠାନକୋଟ୍‌ରେ ଆକ୍ରମଣ କରିଛି । ଗୋଳାବାରୁଦ ବର୍ଷା ସହ ମଧ୍ୟମ ଧରଣର ଆଗ୍ନେୟାସ୍ତ୍ର ବର୍ଷା କରୁଛି । ଏହର କଡା ଜବାବ୍‌ ଦେଇଛି ଭାରତୀୟ ସେନା । ଏହା ସହ ପଠାନ୍‌କୋଟରେ ପାକିସ୍ତାନର ଦୁଇଟି ଡ୍ରୋନ୍‌କୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରି ଦେଇଛି । ଭାରତୀୟ ସୀମାରେ ବ୍ଲାକ୍ ଆଉଟ୍‌ କରାଯିବା ସହ ଯୁଦ୍ଧ ସାଇରନ୍‌ ବାଜିଛି । ଭାରତ ସମସ୍ତ ପ୍ରସ୍ତୁତି ସହ ଆକ୍ରମଣ ଓ ପ୍ରତିଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିବା କଥା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories