ନୂଆଦିଲ୍ଲୀ: ପଠାନକୋଟରେ ପାକିସ୍ତାନୀ ସେନା ପୁଣିି ଆକ୍ରମଣ କରିଥିବା ସୂଚନା ମିଳିଛି। ପାକିସ୍ତାନ ପକ୍ଷରୁ ପଠାନକୋଟରେ ଡ୍ରୋନ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ପାକିସ୍ତାନ ଆକ୍ରମଣର ଭାରତୀୟ ସେନା କଡ଼ା ଜବାବ ଦେଉଛି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନର ୨ଟି ଡ୍ରୋନକୁ ଖସାଇ ଦେଇଥିବା ସୂଚନା ମିଳିଛି।
ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼ କରାଯାଉଛି। ପଠାନକୋଟ ଆକ୍ରମଣ ପୂର୍ବରୁ ଉରିରେ ପାକିସ୍ତାନ ପଟୁ ପୁଣି ଗୁଳିବର୍ଷା ଜାରି ରହିଛି। ଉରିରେ ପାକିସ୍ତାନ ଆକ୍ରମଣର କଡ଼ା ଜବାବ ଦେଉଛି ଭାରତୀୟ ସେନା। କିସ୍ତାନର ସବୁ ଆକ୍ରମଣ ଉଦ୍ୟମକୁ ଭାରତ ବିଫଳ କରୁଥିବା ଜଣାପଡ଼ିଛି।



