www.samajalive.in
Sunday, December 7, 2025
23.1 C
Bhubaneswar

ବାଜିଲା ସାଇରନ୍‌‌: ବ୍ଲାକଆଉଟ୍‌‌ ହେଲା ଜମ୍ମୁ ଓ ପଠାନକୋଟ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ପାକିସ୍ତାନ ପକ୍ଷରୁ ସୀମା ଆରପଟୁ ଜୋରଦାର ଆକ୍ରମଣ କରାଯାଇଛି। ଜମ୍ମୁ, ପଠାନକୋଟ, ଉରି, ପୁଞ୍ଚ, ସାମ୍ବା ଆଦି ସ୍ଥାନରେ ପାକିସ୍ତାନ ଘନ ଘନ ଆକ୍ରମଣ ଜାରି ରଖିଛି। ପାକିସ୍ତାନ ଆକ୍ରମଣର ଭାରତୀୟ ସେନା କଡ଼ା ଜବାବ ଦେଉଛି।

ଏବେ ଜମ୍ମୁ ଓ ପଠାନକୋଟ ବ୍ଲାକଆଉଟ୍‌‌ ହୋଇଥିବା ଜଣାପଡ଼ିଛି। ସେହିପରି ଉରି, ପୁଞ୍ଚ ଓ ସାମ୍ବାରେ ବି ବ୍ଲାକଆଉଟ୍‌‌ ହୋଇଥିବା ସୂଚନା ମିଳିଛି। ପଠାନକୋଟ ଏୟାରବେସ ପାଖରେ ସାଇରନ୍‌‌ ବାଜିଛି। ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନୀ ଡ୍ରୋନ୍‌‌କୁ ଧ୍ୱଂସ କରିଦେଇଛି। କାଶ୍ମୀରର ସାମ୍ବା ସେକ୍ଟରରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ପାକିସ୍ତାନ ଡ୍ରୋନକୁ ବାୟୁସେନା ଖସାଇ ଦେଇଛି। ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ସକ୍ରିୟ ରହିଛି।

- Advertisement -

ଆଜି ପାକିସ୍ତାନ ପକ୍ଷରୁ ପଠାନକୋଟରେ ଡ୍ରୋନ ଆକ୍ରମଣ କରାଯାଇଥଲା। ପାକିସ୍ତାନ ଆକ୍ରମଣର ଭାରତୀୟ ସେନା କଡ଼ା ଜବାବ ଦେଉଛି। ସୀମା ଆରପଟୁ ଜୋରଦାର ଗୁଳିଗୋଳା ମାଡ଼ କରାଯାଉଛି। ପଠାନକୋଟ ଆକ୍ରମଣ ପୂର୍ବରୁ ଉରିରେ ପାକିସ୍ତାନ ପଟୁ ପୁଣି ଗୁଳିବର୍ଷା ଜାରି ରହିଛି। ଉରିରେ ପାକିସ୍ତାନ ଆକ୍ରମଣର କଡ଼ା ଜବାବ ଦେଉଛି ଭାରତୀୟ ସେନା। ପାକିସ୍ତାନର ସବୁ ଆକ୍ରମଣ ଉଦ୍ୟମକୁ ଭାରତ ବିଫଳ କରୁଥିବା ଜଣାପଡ଼ିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories