ଟେନିସରୁ ସିଆଭୋନ୍‍ଙ୍କ ସନ୍ନ୍ୟାସ

0

ରୋମ : ଇଟାଲୀର ଫ୍ରାନ୍‍ସେସ୍‍କା ସିଆଭୋନ୍‍ ଗୁରୁବାର ଆନ୍ତର୍ଜାତିକ ଟେନିସ ସର୍କିଟରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟା ସିଆଭୋନ୍‍ ୧୯୯୮ରେ ପେସାଦାର ଟେନିସ ସର୍କିଟରେ ପଦାର୍ପଣ କରିଥିଲେ। ବିଗତ କୋଡିଏ ବର୍ଷ ମଧ୍ୟରେ ସେ ୬୧୪ଟି ସିଙ୍ଗଲ୍‍ସ ମ୍ୟାଚ ଖେଳି ୪୭୯ଟିରେ ବିଜୟୀ ହୋଇଥିଲେ। ୨୦୧୦ରେ ଫ୍ରେଞ୍ଚ ଓପନରେ ସେ ଚମ୍ପିଆନ ହୋଇଥିବାବେଳେ ଅନ୍ୟ ତିନିଟି ଗ୍ରାଣ୍ଡସ୍ଲାମରେ ସେ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇଥିଲେ। ୨୦୧୧ ଜାନୁଆରୀରେ ଡବ୍ଲ୍ୟୁଟିଏ ମାନ୍ୟତା ତାଲିକାରେ ସେ ୪ର୍ଥ ସ୍ଥାନ ଅଧିକାର କରିଥିଲେ।

Leave A Reply