ପିକଅପ୍ ଭ୍ୟାନରୁ ୧୦ ଲକ୍ଷ ଟଙ୍କା ଜବତ

ବରଗଡ : ଏକ ପିକଅପ୍ ଭ୍ୟାନରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ଟାଉନ ଥାନା ପୁଲିସ । ଗୁରୁବାର ବରଗଡ ସହରର ହଳଦିପାଲି ଛକରେ ଯାତାୟତ କରୁଥିବା ଗାଡି ମଟର ଯାଞ୍ଚ କରୁଥିଲା ପୁଲିସ । ଏହି ସମୟରେ ଏକ ପିକଅପ୍ ଭ୍ୟାନ ଉପରେ ସନ୍ଦେହ ହୋଇଥିଲା । ଯାଞ୍ଚ ପରେ ସେଥିରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ତେବେ ଏ ଟଙ୍କା କିଏ ଏବଂ କେଉଁ ଉଦ୍ଦେଶ୍ୟରେ ନେଉଥିଲା ତାହା କିଛି ସ୍ପଷ୍ଟ ହୋଇନି । ଗାଡିକୁ ଅଟକ ରଖିବା ସହ ଅଧିକ ଯାଞ୍ଚ କରୁଛି ଟାଉନ ଥାନା ପୁଲିସ ।

ଯୁବକକୁ ହତ୍ୟା, ଜଣେ ଅଟକ

Comments are closed.