www.samajalive.in
Wednesday, December 10, 2025
17.1 C
Bhubaneswar

ଯୁବକକୁ ହତ୍ୟା, ଜଣେ ଅଟକ

କେନ୍ଦୁଝରଗଡ଼: ମଦ ପାଇଁ ଟଙ୍କା ନେଇ ଫେରସ୍ତ ନକରିବାରୁ ଯୁବକକୁ ଘରୁ ଡାକି ଅତି ନୃଶଂସ ଭାବେ ହତ୍ୟା କରିବା ଘଟଣା କେନ୍ଦୁଝର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କାଶୀପୁର ଗ୍ରାମର ଅକ୍ଷୟ ନାଏକ (୩୦) କାଶୀପୁର ମୁଣ୍ଡା ସାହିର କିରଣ ମୁଣ୍ଡା ଠାରୁ ମଦ ଆଣିବା ପାଇଁ ୫୦୦ଟଙ୍କା ନେଇ ମାତ୍ର ୨୦ଟଙ୍କାର ମଦ ଆଣି ବାକି ଟଙ୍କା ଫେରସ୍ତ କରିନଥିଲା।

ଅକ୍ଷୟ ବୁଧବାର ରାତ୍ରିଭୋଜନ ପରେ ଶୋଇଥିବା ବେଳେ ରାତି ପ୍ରାୟ ୯ଟାରେ କିରଣ ମୁଣ୍ଡା (୨୮) ଅକ୍ଷୟକୁ ଘରୁ ଡାକି ଆଣି ଅତି ଅମାନୁଷିକ ଭାବେ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କରିବା ପରେ ଘୋଷାର ଘୋଷାରୀ ଆଣି ମୁଣ୍ଡା ସାହିରେ ଫିଙ୍ଗି ଚାଲି ଯାଇଥିବା ମୃତ ଅକ୍ଷୟର ସାନଭାଇ ମିଲନ ଅଭିଯୋଗ କରିଛି। ଗୁରୁବାର ଭୋର ସକାଳୁ ସ୍ଥାନୀୟ ଲୋକେ ଅକ୍ଷୟର ମୃତ ଦେହ ପଡିଥିବା ଦେଖି ଅକ୍ଷୟର ଘରେ କହିବାରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ।

- Advertisement -

ଖବରପାଇ କେନ୍ଦୁଝର ଟାଉନ ଥାନା ଅଧିକାରୀ ରମାକାନ୍ତ ସାଏ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ ପରେ ବ୍ୟବଛେଦ ପାଇଁ ପଠାଇବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ କିରଣ ମୁଣ୍ଡାକୁ ପୁଲିସ ଅଟକ ରଖି ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ପଚରାଉଚୁରା ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ସାଏ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories