କପିଳେଶ୍ଵର ଶୈବ ପୀଠରେ ଅସ୍ଥାୟୀ ପୋଲ ନିର୍ମାଣ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବଡସୁଆଁଳୋ ପଞ୍ଚାୟତ ଅନ୍ତର୍ଗତ ହାଟୁଆରି ସନିକଟ ରମିଆଳ ନଦୀ ଗର୍ଭରେ ଅବସ୍ଥିତ ସର୍ବ ପୁରାତନ ଶୈବ ପୀଠ କପିଳେଶ୍ଵର ଶିବମନ୍ଦିରକୁ ବଡଓସାରେ ଶ୍ରଦ୍ଧାଳୁଙ୍କ ଯାତାୟତ ପାଇଁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି ମନ୍ଦିର କମିଟି କର୍ତ୍ତୃପକ୍ଷ। ହାଟୁଆରି ନିକଟରେ ବୋହି ଯାଉଥିବା ଚିର ସ୍ରୋତା ରାମିଆଳ ନଦୀ ଗର୍ଭରେ ରହିଥିବା ଏ ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠରେ ଦେବୋତ୍ତର ବିଭାଗ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଦର୍ଶନାର୍ଥି ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମନ୍ଦିର ପରିଚଳନା କମିଟିର ସଭାପତି ଶେଷରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି। ଏଥିରେ କମିଟିର ସଦସ୍ୟ ବୀରବର ପାଣିଗ୍ରାହୀ, ଅଶୋକ କୁମାର ନାୟକ, ରମାକାନ୍ତ ପରିଡା, ଅଶୋକ ଧୀର, ପ୍ରସନ୍ନ ସାମଲ, ଅଜୟ ନାୟକ, ପାର୍ଥସାରଥୀ ସାମଲ, କହ୍ନେଇ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

kalyan agarbati

Comments are closed.