www.samajalive.in
Wednesday, December 10, 2025
15.1 C
Bhubaneswar

ଦୀପାବଳି ପରେ ମହାରାଷ୍ଟ୍ରରେ ଖୋଲିବ ମନ୍ଦିର : ମୁଖ୍ୟମନ୍ତ୍ରୀ ଉଦ୍ଧବ ଦେଲେ ସୂଚନା

ମୁମ୍ବାଇ: ମହାରାଷ୍ଟ୍ରରେ ଶୀଘ୍ର ଖୋଲିପାରେ ମନ୍ଦିର ।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ମନ୍ଦିର ଖୋଲାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ସତର୍କତାମୂଳକ ପଦକ୍ଷେପ ନେଉଛୁ ଏବଂ ଦୀପାବଳି ପରେ ମନ୍ଦିର ଖୋଲିବାକୁ ଚିନ୍ତା କରୁଛୁ। ଉଦ୍ଧବ ଆହୁରି କହିଛନ୍ତି ଯେ ଆମେ ହୋଲିରୁ ମନ୍ଦିର ବନ୍ଦ କରିବା ଆରମ୍ଭ କରିଛୁ, ବର୍ତମାନ ଦୀପାବଳି ଆସିଛି । ଆମ ଜୀବନରେ ଦୀପାବଳିର ଆଲୋକ ସୁଖ ଆଣୁ  । ହୋଲି ପରଠାରୁ ଆମେ ସମସ୍ତ ପର୍ବକୁ ସତର୍କତାର ସହ ପାଳନ କରିଛୁ।  ରାଜ୍ୟବାସୀ ଗତ ୯ ମାସ ମଧ୍ୟରେ ବହୁତ ସହଯୋଗ କରିଛନ୍ତି | ତେଣୁ ଆମେ ଏବେ ଟିକିଏ ଚାପମୁକ୍ତ ଅନୁଭବ କରୁଛୁ ।   କୋଭିଡର ଦ୍ୱିତୀୟ ତରଙ୍ଗ ଆସିନାହିଁ, ଏଥିପାଇଁ ପ୍ରସ୍ତୁତି ଚାଲିଛି, ଆମକୁ ସତର୍କ ରହିବା ଆବଶ୍ୟକ ବୋଲି ଉଦ୍ଧବ କହିଛନ୍ତି ।

କରୋନା ଭାଇରସ୍ ମହାମାରୀ ପରେ ଗତ କିଛି ମାସ ଧରି ବନ୍ଦ ଥିବା ମନ୍ଦିର ଖୋଲିବା ନେଇ ମହାରାଷ୍ଟ୍ରରେ ଦାବି ବଢ଼ିବାରେ ଲାଗିଛି। ବିରୋଧୀ ଦଳଠାରୁ ଆରମ୍ଭ କରି ସାଧାରଣ ଲୋକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମହାରାଷ୍ଟ୍ର ସରକାରଙ୍କୁ ପଚରାଉଚରା କରୁଛନ୍ତି ଏବଂ ଯଥାଶୀଘ୍ର ମନ୍ଦିର ଖୋଲିବାକୁ ଦାବି କରୁଛନ୍ତି। ଗତ କିଛି ଦିନ ହେବ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଅନେକ ହିନ୍ଦୁ ସଂଗଠନ ଆନ୍ଦୋଳନ କରିଥିଲେ। କିନ୍ତୁ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ମନ୍ଦିରରେ ରାଜନୀତିରେ ବିରତି ପଡ଼ିବାର ସମ୍ଭାବନା ଦେଖାଦେଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories