www.samajalive.in
Monday, December 15, 2025
14.1 C
Bhubaneswar

୪୫ ମୁହାଁଇଲା ଟିଟିଲାଗଡ଼ ତାତି

ଭୁବନେଶ୍ୱର  : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମଲହରୀ ପ୍ରବାହିତ ହେଉଥିବାବେଳେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିଛି। ରାଜ୍ୟର ୧୧ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ ତାତି ୪୫ ଡିଗ୍ରୀକୁ ମୁହାଁଇବା ସହିତ ଚଳିତ ଗ୍ରୀଷ୍ମର ରେକର୍ଡ଼ ଭାଙ୍ଗିଛି। ଏଠାରେ ସୋମବାର ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ଼ କରାଯାଇଛି। ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ପଶ୍ଚିମ ମଧ୍ୟପ୍ରଦେଶର ଖାରଗୋନ୍‍ ଓ ବିଦର୍ଭର ଆକୋଲାରେ ସର୍ବାଧିକ ୪୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିବାବେଳେ ଦ୍ୱିତୀୟରେ ରହିଛି ଟିଟିଲାଗଡ଼।
ସେହିପରି ଅନୁଗୋଳରେ ୪୧.୩, ଝାରସୁଗୁଡ଼ାରେ ୪୩.୮, ସମ୍ବଲପୁରରେ ୪୩, ସୁନ୍ଦରଗଡ଼ରେ ୪୨, ହୀରାକୁଦରେ ୪୨.୧, ତାଳଚେରରେ ୪୧.୬, ଭବାନୀପାଟଣାରେ ୪୨.୨, ବଲାଙ୍ଗୀରରେ ୪୩.୫, ମାଲକାନଗିରିରେ ୪୧.୪, ସୋନପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂର୍ବାହ୍ନରୁ ଅପରାହ୍ଣ ଗ୍ରୀଷ୍ମ ପ୍ରକୋପ ଅସହ୍ୟ ହେଲାଣି। ମଙ୍ଗଳବାର ବି ଏପରି ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଘୂର୍ଣ୍ଣିଝଡ଼ ଓ କାଳବୈଶାଖୀ ପ୍ରଭାବରେ ତାତି କମ୍‍ ଥିଲେ ବି ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଘୂର୍ଣ୍ଣିଝଡ଼ ପ୍ରଭାବରେ ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁରରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ବହିବ। ପବନର ବେଗ ଏହି ସମୟରେ ୫୦-୬୦ କିମି ରହିବ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସମେତ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୀଷଣ ବର୍ଷା ଓ ପବନ ହେବ ବୋଲି ସତର୍କତା ଜାରି କରାଯାଇଛି। ସୋମବାର ଓ ମଙ୍ଗଳବାର ପାଇଁ ଏହି ସତର୍କତା ଜାରି କରାଯାଇଛି।
ସୋମବାର ଭୁବନେଶ୍ୱରରେ ଆକାଶ ମେଘାଚ୍ଛନ୍ନ ରହିଥିଲା। ଏଠାରେ ତାପମାତ୍ରା ୩୫.୪ ଡିଗ୍ରୀ ରହିଥିବାବେଳେ କଟକରେ ୩୫.୨ ରେକର୍ଡ଼ କରାଯାଇଛି। ବାଲେଶ୍ୱରରେ ୩୬.୨, ପାରାଦ୍ୱୀପରେ ୩୦.୭, ଗୋପାଳପୁରରେ ୩୧.୬, କୋରାପୁଟରେ ୩୪.୫, ଢ଼େଙ୍କାନାଳରେ ୩୭.୬ ରେକର୍ଡ଼ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories