www.samajalive.in
Sunday, December 7, 2025
23.1 C
Bhubaneswar

ନାଳରେ ଭାସିଯାଇ ଜଣେ ମୃତ

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗୀ ପଞ୍ଚାୟତ କ୍ଷେତ୍ରାମୁଣ୍ଡା ସାହିରେ ନାଳରେ ବୁଡି ଶନିବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମର ଜେମାଦାର ମହାକୁଡ (୫୦) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଜେମାଦାର ଆମ୍ବତଇଲା ସାହିକୁ ଆଧାରକାର୍ଡ ନକଲ କରିବାକୁ ଯାଇଥିଲେ। ସେଠାରୁ ଫେରି କରୋନା ଟିକା ନେବାକୁ କରଦାଙ୍ଗି ପଞ୍ଚାୟତ ସରେଇ ଗ୍ରାମକୁ ଯିବାର ଯୋଜନା ରହିଥିଲା। ତେବେ ନକଲ ବାହାର କରି ଫେରୁଥିବା ସମୟ ରେ ପୁରୁଣାପାଣି ନାଳରେ ସେ ଭାସିଯାଇଥିଲେ। ପଛରେ କିଛି ସାହି ଲୋକଙ୍କ ସହିତ ଚାଲି ଚାଲି ଆସୁଥିବା ସ୍ତ୍ରୀ ପାନ ମହାକୁଡ ସ୍ବାମୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳ ରେ ପହଞ୍ଚି ଜେମାଦାରଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories