www.samajalive.in
Saturday, December 6, 2025
26.1 C
Bhubaneswar

ଟଣ ପଞ୍ଚାୟତରେ ଭାଲୁ ଆତଙ୍କ, ଆକ୍ରମଣରେ ୨ ଯୁବକ ଗୁରୁତର

ତେଲକୋଇ: ବିଜେପି ବନାଞ୍ଚଳ ଅଧିନ ବାଂଶପାଳ ବ୍ଲକ ଟଣ ପଞ୍ଚାୟତରେ ରବିବାର ଜଙ୍ଗଲି ଭାଲୁ ଆତଙ୍କ ଖେଳିଯାଇଛି। ପୃଥକ ଭାଲୁ ଆକ୍ରମଣ ଘଟଣାରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମ ଘଟଣାରେ ଗୁରୁତର ଯୁବକ ହେଲେ ଟଣ ଗ୍ରାମର ଧନିଆ ଦେହୁରୀଙ୍କ ପୁଅ ସନାତନ ଦେହୁରୀ (୨୨)। ରବିବାର ଦିନ ୧୧ଟା ବେଳକୁ ସନାତନ ଗ୍ରାମ ନିକଟ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଭାଲୁ ସହିତ ମୁହାଁମୁହିଁ ହୋଇଥିଲେ। ତାଙ୍କୁ ଭାଲୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା। ଫଳରେ ତାଙ୍କ ପେଟ ଛାତି ଓ ହାତରେ ଗଭୀର କ୍ଷତ ହୋଇଛି। ସନାତନଙ୍କ ଚିତ୍କାର ଶୁଣି ଗାଁ ଲୋକେ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସେହିପରି ଦ୍ବିତୀୟ ଘଟଣା ଦୁଇ ଘଣ୍ଟା ମଧ୍ୟରେ ପୂର୍ବ ଘଟଣାସ୍ଥଳ ଠାରୁ ଜଙ୍ଗଲ ରାସ୍ତାରେ ପ୍ରାୟ ଛଅ କିଲୋମିଟର ଦୂର ସେହି ଟଣ ପଞ୍ଚାୟତର ତଳଇରିଡା ଗ୍ରାମରେ ଘଟିଛି। ଗ୍ରାମର ଆମ୍ବ ତୋଟାରେ ସିଦ୍ଧି ପ୍ରଧାନଙ୍କ ପୁଅ ଶିରିଆ ପ୍ରଧାନ (୧୭)ଙ୍କୁ ଜଙ୍ଗଲି ଭାଲୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଛି। ଯୁବକଙ୍କ ପାଟି ଶୁଣି ଗ୍ରାମବାସୀ ତାଙ୍କୁ ଭାଲୁ ମୁହଁରୁ ଉଦ୍ଧାର କରି ଏକ ଅଟୋ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଯୁବକଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟ ଆକ୍ରମଣରେ ଭିନ୍ନ ଭିନ୍ନ ଭାଲୁ ନା ଗୋଟିଏ ଭାଲୁ ତାହା ଜଣାପଡିନାହିଁ। ଏ ବିଷୟରେ ବିଜେପି ବନାଞ୍ଚଳ ଅଧିକାରୀ ମାନସ ମୁର୍ମୁଙ୍କୁ ପଚାରିବାରୁ ସେ ସୂଚନା ପାଇବା ପରେ ତରମାକାନ୍ତର ବନ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିବା ସୂଚନା ଦେଇଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories