www.samajalive.in
Saturday, December 6, 2025
26.1 C
Bhubaneswar

୧୦ଟି ଅକ୍ସିଜେନ ସିଲିଣ୍ଡର ଦାନକଲେ ବରଗଡ଼ ସାଂସଦ

ରେଙ୍ଗାଲିକ୍ୟାମ୍ପ: ସାମ୍ପ୍ରତିକ ପରିସ୍ଥିତିରେ କରୋନl ଆକ୍ରାନ୍ତରେ ମୃତ୍ୟୁବରଣ କରୁଥିବା ଅଧିକାଂଶ ବ୍ୟକ୍ତି ଅକ୍ସିଜେନ ଅଭାବରୁ ହିଁ ମୃତ୍ୟୁବରଣ କରୁଛନ୍ତି। ଅତାବିରା ସ୍ବାସ୍ଥ୍ୟ କେନ୍ଦ୍ରରେ ଅକ୍ସିଜେନ ବ୍ୟବସ୍ଥାର ଚାହିଦା ଠାରୁ ଅନେକ ପରିମାଣର କମ୍ ଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ବରଗଡ଼ ସାଂସଦ ସୁରେଶ୍ ପୂଜାରୀ ନିଜସ୍ଵ ଖର୍ଚ୍ଚରେ ୧୦ଟି ସିଲିଣ୍ଡର ଅତାବିରା ହେଲ୍ପଡେସ୍କକୁ ଦାନ କରି ନିଜର ମହାନ୍ ମାନବିକତାର ପରିଚୟ ଦେଇଛନ୍ତି।

ଏହି ଅବସରରେ ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ କୋବିଦ ନିୟମକୁ ମାନି ଓକିଲ ସଂଘର ସଭାପତି ଉନି ନାଏରଙ୍କ ଆହ୍ବାନ କ୍ରମେ ଏକ ସଭାର ଆୟୋଜନ ହୋଇଥିଲା। ଉକ୍ତ ସଭାରେ ସାଂସଦ ସୁରେଶ୍ ପୂଜାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବରଗଡ଼ ବିଜେପି ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ ଓ ସିନିୟର୍ ବିଜେଡି ନେତା ତଥା ରାଜ୍ୟ କାଉନସିଲ ସଭ୍ୟ ସୁରେଶ୍ଵର ଶତପଥୀ ସମ୍ମାନିତ ଅତିଥିରୁପେ ଯୋଗ ଦେଇଥିଲେ।

- Advertisement -

ଏହି ସଭାରେ ସେ ୧୦ଟି ଅକ୍ସିଜେନ ସିଲିଣ୍ଡର ହେଲ୍ପ ଡେସ୍କକୁ ପ୍ରଦାନ କରିବା ସହ ଆବଶ୍ୟକ ପଡିଲେ ଆହୁରି ୧୦ଟି ସିଲିଣ୍ଡର ଦେବେ ବୋଲି ସାଂସଦ ଶ୍ରୀଯୁକ୍ତ ପୂଜାରୀ ପ୍ରତିଶୃତି ଦେଇଛନ୍ତି। ତାଙ୍କର ଏହି ମହାନ୍ କାର୍ଯ୍ୟକୁ ଅଞ୍ଚଳରେ ଭୂରି ପ୍ରଶଂସା କରାଯାଇଛି। ଏହି ସଭାରେ ସାଂସଦଙ୍କ ପ୍ରତିନିଧି ଅତାବିରା ଏନଏସିର ସଞ୍ଜୀବ ପରିଝl, ବ୍ଲକ ପ୍ରତିନିଧି ସୁନନ୍ଦା ମେହେର, ଭେଡେନ ବ୍ଲକ ପ୍ରତିନିଧି ବିପିନ ଭୋଷାଗରଙ୍କ ସମେତ ଅତାବିରା ବ୍ଲକ ଓକିଲ ସଂଘ, ବୀର ସୁରେନ୍ଦ୍ର ସାଏ କ୍ଳବ୍, ବଣିକ ସଂଘ, ମାରୱାଡ଼ି ଯୁବା ମଞ୍ଚ, ରାମଚଣ୍ଡୀ କୁଳିତା ସମାଜ, କୋଶଳ ଆନ୍ଧ୍ର ସମାଜ, କୃଷକ ସଂଗଠନ, ଦୂର୍ଗାମନ୍ଦିର କମିଟି, ଜେସିଆଇ ଅତାବିରା, ମାରୱାଡ଼ି ସମ୍ମେଳନ, ମାରୱାଡ଼ି ସମାଜ, କେମିଷ୍ଟ ଓ ଡ୍ରଗିଷ୍ଟ ତଥା ଅଞ୍ଚଳର ସମସ୍ତ ଅନୁଷ୍ଠାନର ବିଶିଷ୍ଟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories