www.samajalive.in
Saturday, December 6, 2025
19.1 C
Bhubaneswar

ଜେଇଙ୍କୁ କରିଥିଲେ ଟାର୍ଗେଟ, ଲୁଟେରାଙ୍କ ଜାଲରେ ପଡିଲେ ବ୍ୟବସାୟୀ

ବଲାଙ୍ଗିର: ଜଳସେଚନ ବିଭାଗର ଜେଇ ଜଗରକ୍ଷୀ ପଧାନ। ନିଜ ପାଳିତ କୁକୁର ପାଇଁ ଔଷଧ ଆଣିବାକୁ ଆସିଥିଲେ କୋର୍ଟ ନିକଟକୁ। ଏଟିଏମରେ ଟଙ୍କା ନ ବାହାରିବାରୁ ବରପାଲିପଡା ଏଟିଏମକୁ ଯାଇଥିଲେ। ସେଠାରେ ମାରଣାସ୍ତ୍ର ଦେଖାଇ ଲୁଟେରାମାନେ ଲୁଟିବାକୁ ଉଦ୍ୟମ କରିଥିଲେ। ଟଙ୍କା ପାଖରେ ନଥିବା କହିବାରୁ ଜଗରକ୍ଷୀଙ୍କ କାରକୁ ଲୁଟେରା ଚଳାଇ କନ୍ଧପାଲି ଆଡକୁ ନେଉଥିଲେ। ପଛରେ ଏକ ବାଇକରେ ଅନ୍ୟ ଜଣେ ଲୁଟେରା ଜଗରକ୍ଷୀଙ୍କୁ ବସାଇଥିଲେ।

ସାମ୍ନା ପଟୁ ଏକ କାର ଆସିବାରୁ ଜଗରକ୍ଷୀଙ୍କ ଅଲଟୋ କାର ଡ୍ରେନକୁ ଗଡି ଯାଇଥିଲା। ସାମ୍ନାରେ ଥିବା କାରରେ ଥିଲେ ବ୍ୟବସାୟୀ ବ୍ରିଜେଶ ପଟେଲ, ଦେବେଶ ପଟେଲ ଓ ତୁଷାର ବ୍ୟାସ। ସେମାନଙ୍କ ୧.୮୫ ଟଙ୍କା ଓ ୩ ମୋବାଇଲ ନେଇ ଲୁଟେରା ଫେରାର ମାରିଥିଲେ। ଜଗରକ୍ଷୀ ପହଞ୍ଚି କାରକୁ ଟାଉନ ଥାନାକୁ ଆଣିଥିଲେ। ୩ ବ୍ୟବସାୟୀ ଜଗରକ୍ଷୀଙ୍କୁ ଲୁଟେରା କହିଥିଲେ ଥାନାରେ। ମାତ୍ର ଜଗରକ୍ଷୀ ସବୁ ଘଟଣା ପୁଲିସରେ କହିବା ପରେ ଟାଉନ ପୁଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories