www.samajalive.in
Saturday, December 6, 2025
26.1 C
Bhubaneswar

ନର୍ସରୀ ଜଗୁଆଳି ହତ୍ୟା ମାମଲା, ୨ ଗିରଫ

ବଲାଙ୍ଗିର: ଗତ ୨୧ ତାରିଖ ସଂଧ୍ୟାରେ ଜିଲାର ସଇଁନ୍ତଲା ଥାନା କରମତଲା ନିକଟ କଦଳୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡରେ କରମତଲା ନର୍ସରୀ ଜଗୁଆଳି ଯୋଗେଶ୍ବର ବୁଡେକଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ କରି ସଇଁନ୍ତଲା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁଳିକାଣ୍ଡରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଥିବା ନେଇ ଏସପି ନୀତିନ କୁଶଲକର ଜିଲା ପୁଲିସ ମୁଖ୍ୟ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରବିବାର ସଂଧ୍ୟାରେ ସୂଚନା ଦେଇଛନ୍ତି।

ଗତ ୨୧ ତାରିଖ ସଂଧ୍ୟା ପ୍ରାୟ ୮.୩୦ରେ କରମତଲା ଫରେଷ୍ଟର୍ ସୁଧିର ଜେନାଙ୍କ ସହ ବାଇକ୍ରେ ଜଙ୍ଗଲକୁ ପେଟ୍ରୋଲିଂ କରିବାକୁ ଯାଇଥିବା ବେଳେ ୨ଜଣ ଶିକାରୀଙ୍କ ମଧ୍ୟରୁ ଜଣେ ବନ୍ଧୁକଧାରୀ ଶିକାରୀଙ୍କ ଗୁଳିମାଡରେ ନର୍ସରୀ ଜଗୁଆଳୀ ଯୋଗେଶ୍ବର ବୁଡେକ ପ୍ରାଣ ହରାଇଥିଲେ। ଗିରଫ ୨ଜଣ ଯାକ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି ନୀତିନ କୁଶଲକର୍ ସୂଚନା ଦେଇଛନ୍ତି। ସେମାନଙ୍କ ଟିଆଇ ପେରେଡ କରାଯିବ କହିଛନ୍ତି ଏସପି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ଓ ସଇଁନ୍ତଲା ଥାନା ଅଧିକାରୀ ସଂଗ୍ରାମକେଶରୀ ପଟ୍ଟନାୟକ ଉପସ୍ଥିତ ରହିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories