ଦିଲ୍ଲୀ ଗଲା ତେଲକୋଇ ଆମ୍ବ : ଚାଷୀ ଆଶ୍ୱସ୍ତ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲା ତେଲକୋଇ ବ୍ଲକରେ ବହୁଳ ଆମ୍ବ ଚାଷ ଯୋଗୁଁ ଅଭାବୀ ବିକ୍ରୀ ସାଙ୍ଗକୁ ଠକେଇର ଶୀକାର ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିଲେ। ତେବେ ରବିବାର ୨୪୧୮ କି.ଗ୍ରା. ଆମ୍ବ ତେଲକୋଇରୁ ଦିଲ୍ଲୀ ଅଭିମୁଖେ ପଠାଯିବା ଚାଷୀକୁଳଙ୍କ ମନରେ କିଛିଟା ଆଶ୍ୱସ୍ତି ଆଣିଦେଇଛି । ଓରମାସ ପକ୍ଷରୁ ‘ଗାଁ ଆମ୍ବ ପସରା’ ମାଧ୍ୟମରେ ଜିଲାରେ ଚାଷୀ ମାନଙ୍କ ଆମ୍ବ ବିକ୍ରି କରି ସଫଳତା ମିଳିବା ପରେ ପ୍ରଥମଥର ପାଇଁ ତେଲକୋଇ ଆମ୍ବ ରବିବାର ପରୀକ୍ଷାମୂଳକ ଭାବେ ଦିଲ୍ଲୀକୁ ପଠାଯାଇଛି । ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡାର ଚାଷୀ ଅଲେଖ ଚନ୍ଦ୍ର ନାୟକ ଓ ସିରିଆବାହାଳ ଗ୍ରାମର ସବିତା ନାୟକଙ୍କ ବଗିଚାରୁ ସଂଗୃହୀତ ୧୪୪୩ କି.ଗ୍ରା ଆମ୍ରପଲ୍ଲୀ ଓ ୯୭୫ କି.ଗ୍ରା. ମଲ୍ଲିକା ପ୍ରଜାତିର ଉନ୍ନତ କିସମର ଆମ୍ବକୁ ଏକ ସ୍ବତନ୍ତ୍ର ଯାନ ମାଧ୍ୟମରେ ଟାଟାକୁ ପଠାଯାଇଛି ।

prayash

ସେଠାରୁ ଏହି ଆମ୍ବ ଦିଲ୍ଲୀସ୍ଥିତ ମଦର ଡାଇରୀ ଫାର୍ମକୁ ପଠାଯିବ ବୋଲି ଓରମାସ ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ସପନ ଗୋସ୍ୱାମୀ କହିଛନ୍ତି । ବିନା ରସାୟନିକ ଲେପରେ ଫଳନ୍ତି ଗଛରୁ ଆମ୍ବକୁ ତୋଳି ରପ୍ତାନୀ କରିବା,  କେନ୍ଦୁଝରର ଆମ୍ବର ଦେଶ ବିଦେଶରେ ବେଶ୍‌‌ ଚାହିଦା ବଢ଼ିବାରେ ଲାଗିଥବାରୁ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଆମ୍ବ ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯିବ ବୋଲି ଶ୍ରୀ ଗୋସ୍ୱାମୀ କହିଛନ୍ତି ।

Comments are closed.