ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି ତୁର୍କମେନିସ୍ତାନର ରାଷ୍ଟ୍ରପତି ଶ୍ରୀ ଗୁରୁବାଙ୍ଗୁଲି ବର୍ଡିମୁହାମେଦୋଭଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି। ଏହି ଆଲୋଚନା କାଳରେ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ସ୍ୱୀକାର କରିବା ସହ ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ସହଯୋଗ ଓ ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ବାଣିଜ୍ୟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଥିବା ଅପାର ସମ୍ଭାବନା ଉପରେ ଦୁଇ ନେତା ସହମତ ହୋଇଛନ୍ତି ଏବଂ ବିଶେଷ କରି ଔଷଧୀୟ ଉତ୍ପାଦନ କ୍ଷେତ୍ରରେ ଭାରତ ଏବଂ ତୁର୍କମେନ କମ୍ପାନୀଗୁଡିକର ମିଳିତ ସହଯୋଗର ସଫଳତା ବିଷୟରେ ଆଲୋଚନା କରିଛନ୍ତି।
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ନିମନ୍ତେ ବ୍ୟକ୍ତିଗତ ପ୍ରତିବଦ୍ଧତା ପାଇଁ ତୁର୍କମେନିସ୍ତାନ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।



