ଜୁଲାଇ ୨୦ରୁ ମିଳିବ ଟେଲି ମେଡ଼ିସିନ୍ ସେବା; ଡାକ୍ତରଙ୍କ ସହ ସିଧାସଳଖ କଥା ହୋଇ ରୋଗୀ ପାଇପାରିବେ ଚିକିତ୍ସା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କୋଭିଡ୍-୧୯ର ସଂକ୍ରମଣ ଓ କଟକଣା ସମୟରେ ରାଜ୍ୟବାସୀଙ୍କ ନିକଟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଟେଲି ମେଡିସିନ୍ ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରାଯିବ । ରାଜ୍ୟର ୪୧ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ୭ଟି ସରକାରୀ ମେଡିକାଲ୍ କଲେଜ୍, ୩୦ଟି ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ଆସନ୍ତା ୨୦ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଏହି ସେବା ଦ୍ୱାରା ରୋଗୀମାନେ ସିଧାସଳଖ ଡାକ୍ତରଙ୍କ ସହ କଥା ହୋଇ ଚିକିତ୍ସା ପାଇପାରିବେ । ଜିଲ୍ଲା ହସ୍ପିଟାଲ୍ଗୁଡ଼ିକରେ ଏହି ସେବା ଓପିଡ଼ି ସମୟ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଓ ମେଡିକାଲ୍ କଲେଜ୍ଗୁଡ଼ିକରେ ୨୪ ଘଣ୍ଟିଆ ସେବା ଉପଲବ୍ଧ ହେବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.