ହାଇଦ୍ରାବାଦ: ତେଲେଙ୍ଗାନାରେ ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ପ୍ରତିଶ୍ରୁତି ପତ୍ର ପ୍ରସ୍ତୁତ ହୋଇଛି। ଏହି ପତ୍ର ମୁତାବକ ବିଜେପି ସରକାରକୁ ଆସିଲେ ତେଲେଙ୍ଗାନାବାସୀଙ୍କୁ ପ୍ରତି ବର୍ଷ ମାଗଣାରେ ଲକ୍ଷେ ଗାଈ ବଣ୍ଟନ କରାଯିବ। ତେଲେଙ୍ଗାନାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଭୋଟର ଏହାର ଲାଭ ନେଇ ପାରିବେ। ବିଭିନ୍ନ ପର୍ବ ପାର୍ବଣରେ ବିଜେପି ଏହି ସୁବିଧା ଯୋଗାଇ ଦେବ। ଗ୍ରାମାବସୀଙ୍କୁ ମାଗଣା ଗାଈଁ ବଣ୍ଟନ କରିବା ଦ୍ୱାରା ଗ୍ରାମର ଅର୍ଥନୀତିରେ ବିକାଶ ହେବ ବୋଲି ବିଜେପି ଯୁକ୍ତି ଦର୍ଶାଇଛି। ଏହା ବ୍ୟତୀତ ବିଜେପି ସରକାରକୁ ଆସିଲେ ତେଲେଙ୍ଗାନାରେ ମଦ ବିକ୍ରିକୁ ନିୟନ୍ତ୍ରଣ କରାଯିବ। ସାମାଜିକ ବ୍ୟବସ୍ଥାରେ ନିୟନ୍ତ୍ରିତ ଭାବେ ମଦର ବିକ୍ରି ଉପରେ ବିଜେପି ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଣୟନ କରିବ ବୋଲି ପ୍ରତିଶ୍ରୁତି ପତ୍ରରେ ଉଲ୍ଲେଖ କରାଯାଇଛି।
Popular Categories



