www.samajalive.in
Monday, December 15, 2025
26.1 C
Bhubaneswar

ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି, ଅଧାରୁ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଦିଲ୍ଲୀରୁ ୱାଶିଂଟନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଭିଏନାରେ ଇନ୍ଧନ ଭର୍ତ୍ତି ପାଇଁ ରହିବାପରେ ବିମାନରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଫଳରେ ବିମାନର ଉଡ଼ାଣ ବାତିଲ କରାଯାଇଛି। ଏୟାରଲାଇନ୍ ୱାଶିଂଟନ ଯାଉଥିବା ଯାତ୍ରୀମାନଙ୍କୁ ଭିଏନାରେ ଓହ୍ଲାଇ ଦେଇଛି ଏବଂ ବିକଳ୍ପ ବିମାନ ବ୍ୟବସ୍ଥା କରିଛି। ଏଥିସହ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ବ୍ୟତୀତ ୱାଶିଂଟନ ଡିସିରୁ ଭିଏନା ଦେଇ ନୂଆଦିଲ୍ଲୀ ଆସିବାକୁ ଥିବା ଏୟାର ଇଣ୍ଡିଆ ବିମାନକୁ ମଧ୍ୟ ବାତିଲ କରାଯାଇଛି।

ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ଜୁଲାଇ ୨ ତାରିଖରେ ନୂଆଦିଲ୍ଲୀରୁ ୱାଶିଂଟନ ଡିସି ଯାଉଥିବା ବିମାନ ନମ୍ବର AI103କୁ ଭିଏନାରେ ଇନ୍ଧନ ଭର୍ତ୍ତି କରିବା ପାଇଁ ଅଟକାଯାଇଥିଲା। ଇନ୍ଧନ ଭର୍ତ୍ତି ସମୟରେ ନିୟମିତ ଯାଞ୍ଚ ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହୋଇଥିଲା। ଏହାକୁ ଠିକ୍‌ କରିବା ପାଇଁ ଅତିରିକ୍ତ ସମୟ ଆବଶ୍ୟକ ଥିଲା। ଏହି କାରଣରୁ ବିମାନର ଭିଏନାରୁ ୱାଶିଂଟନ ଡିସି ପର୍ଯ୍ୟନ୍ତ ଯାତ୍ରା ବାତିଲ କରାଯାଇଥିଲା ଏବଂ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ଏହାପରେ ୱାଶିଂଟନ ଡିସିରୁ ଭିଏନା ଦେଇ ଦିଲ୍ଲୀ ଆସିବାକୁ ଥିବା ବିମାନ AI104କୁ ମଧ୍ୟ ବାତିଲ କରାଯାଇଥିଲା ଏବଂ ପ୍ରଭାବିତ ଯାତ୍ରୀମାନଙ୍କୁ ଦିଲ୍ଲୀକୁ ବିକଳ୍ପ ବିମାନରେ ବୁକ୍ କରାଯାଇଥିଲା ଏବଂ ସେମାନଙ୍କ ପ୍ରାଥମିକତା ଆଧାରରେ ପୂର୍ଣ୍ଣ ଫେରସ୍ତ ଦିଆଯାଇଥିଲା।

- Advertisement -

ସୂଚନାଯୋଗ୍ୟ, ଅହମଦାବାଦ ବିମାନ ଦୁର୍ଘଟଣା ପରଠାରୁ ଏୟାର ଇଣ୍ଡିଆର ଗୋଟିଏ ପରେ ଗୋଟିଏ କରି ଅନେକ ବିମାନରେ ତ୍ରୁଟି ପରିଲକ୍ଷିତ ହୋଇଛି। କେଉଁଠି ଉଡ଼ାଣ ବାତିଲ କରାଯାଉଛି ତ ଆଉ କେଉଁଠି ଜରୁରୀ ଅବତରଣ କରାଯାଉଛି, ଯାହାକୁ ଦେଖି ଏୟାର ଇଣ୍ଡିଆକୁ ସତେ ଯେମିତି ଗ୍ରହଣ ଲାଗିଯାଇଛି ବୋଲି ଚର୍ଚ୍ଚା ହେଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories