www.samajalive.in
Saturday, December 6, 2025
14.1 C
Bhubaneswar

ଓଏଏସ ଅଧିକାରୀଙ୍କ ଆନ୍ଦୋଳନର ପ୍ରଭାବ, ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

ଫୁଲବାଣୀ: ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ ଆୟୁକ୍ତଙ୍କୁ ଆକ୍ରମଣର ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଏଏସ ସଙ୍ଘ। କନ୍ଧମାଳ ଜିଲ୍ଲା ସଙ୍ଘ ମଧ୍ୟ ଏଥିରେ ସାମିଲ ହୋଇଛି। ଏହାର ପ୍ରଭାବ ବିଭିନ୍ନ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ମଙ୍ଗଳବାର ଜିଲ୍ଲାର ସମସ୍ତ ଅଧିକାରୀ କଳାବ୍ୟାଜ ପରିଧାନ କରିବାସହ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବୁଧବାର ଅଧିକାରୀମାନେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଦେଖିବାକୁ ମିଳିଥିଲା। ବିଶେଷ କରି ଜିଲାପାଳଙ୍କ କାର୍ଯ୍ୟାଳୟ, ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରୁ ସରକାରୀ କାର୍ଯ୍ୟ ନେଇ ଆସିଥିବା ଲୋକେ ଅଧିକାରୀମାନଙ୍କୁ ନ ପାଇ ନିରାଶ ହୋଇ ଫେରିବା ଦେଖିବାକୁ ମିଳିଥିଲା। ଅନ୍ୟ ପକ୍ଷରେ ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ଅଧସ୍ତନ କେତେକ କର୍ମଚାରୀ ମଧ୍ୟ କାମରେ ମନ ଦେଉ ନ ଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଆଉ କେତେକ କାର୍ଯ୍ୟାଳୟରେ କର୍ମଚାରୀମାନେ ଯିଏ ଯାହାର କାମ କରିବାର ଦେଖାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories