www.samajalive.in
Saturday, December 6, 2025
14.1 C
Bhubaneswar

ହ୍ୱାଟସ୍‍ଆପ୍‍ ବ୍ୟାକ୍‍ଅପ୍‍ ସମ୍ବନ୍ଧରେ ଆସିଲା ନୂଆ ନିୟମ, ଜାଣନ୍ତୁ ଉପଭୋକ୍ତାଙ୍କୁ କିପରି କରିବ ପ୍ରଭାବିତ

ଡେସ୍କ: ଉପଭୋକ୍ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ହ୍ୱାଟସ୍‍ଆପ୍‍ ସର୍ବଦା ନୂତନ ଫିଚର ଆଣିଥାଏ। ବେଳେବେଳେ ଉପଭୋକ୍ତାଙ୍କୁ ଏହା ଲାଭଦାୟକ ହୋଇଥିବା ବେଳେ ଅନେକ କ୍ଷେତ୍ରରେ କେହି କେହି ଏହାକୁ ପସନ୍ଦ କରିନଥାନ୍ତି। ବର୍ତ୍ତମାନ ମେଟା ମାଲିକାନା ପ୍ଲାଟଫର୍ମ ଦ୍ୱାରା ହ୍ୱାଟସ୍‍ଆପ୍‍ର ଅନ୍ୟ ଏକ ନୂତନ ଫିଚର ବିଷୟରେ ସୂଚନା ଦିଆଯାଇଛି। ଅନେକ ଲୋକ ଏହି ଫିଚର ପସନ୍ଦ କରିବେ ନାହିଁ ବୋଲି କୁହାଯାଉଛି।

ଆସନ୍ତୁ ଜାଣିବା କଣ ଏହି ଫିଚର:

- Advertisement -

ଯେଉଁ ଫିଚର ୱାଟସ୍‍ଆପ୍‍ ଦ୍ୱାରା ଅଣାଯାଉଛି ତାହାକୁ ଆଣ୍ଡ୍ରଏଡ୍‍ ବ୍ୟବହାରକାରୀ ପସନ୍ଦ କରିବେ ନାହିଁ। ଚଳିତ ମାସଠାରୁ ହ୍ୱାଟସ୍‍ଆପ୍‍ ବ୍ୟାକଅପ୍‍ ଆପଣଙ୍କ ଗୁଗୁଲ୍‍ ଡ୍ରାଇଭ୍‍ ଷ୍ଟୋରେଜ ଆଡକୁ ଗଣାଯିବ। ଏହାର ଅର୍ଥ ହେଉଛି ଯେ ଆପଣ ଯେତେଥର ବ୍ୟାକଅପ୍‍ ନେବେ ତାହା ଉପରେ ନଜର ରଖାଯିବ। ଯାହାର ଅର୍ଥ ହେଉଛି ଆପଣଙ୍କର ଗୁଗୁଲ୍‍ ଡ୍ରାଇଭରେ ପର୍ଯ୍ୟପ୍ତ ସ୍ଥାନ ରହିବା ଉଚିତ। ଏହି ଫିଚର ଦ୍ୱାରା ହ୍ୱାଟସ୍‍ଆପ୍‍ରେ ଅଧିକ ଭିଡ଼ିଓ ଏବଂ ଫଟୋ ସେୟାର କରୁଥିବା ଉପଭୋକ୍ତାମାନେ ସବୁଠାରୁ ବଡ ସମସ୍ୟାର ସମ୍ମୁଖୀନ ହେବେ। ଯଦି ଆପଣ ଏପରି କରୁଛନ୍ତି ତେବେ ହ୍ୱାଟସ୍‍ଆପ୍‍ ବ୍ୟାକଅପ ଯୋଗୁ ଜିମେଲରେ ୧୫ଜିଭି ସ୍ଥାନ ପୂରଣ ହେବ।

ଏହି ସୁବିଧା ପାଇଁ ଆପଣଙ୍କୁ ପଇସା ମଧ୍ୟ ଦେବାକୁ ପଡିବ। ହ୍ୱାଟସ୍‍ଆପ୍‍ ମାଧ୍ୟମରେ ବର୍ତମାନ ଏହି ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି। କିନ୍ତୁ ମେଟା ଘୋଷଣା କରିଛି ଯେ ନଭେମ୍ବରରେ ହ୍ୱାଟସ୍‍ଆପ୍‍ ବ୍ୟାକଅପ୍‍ ପାଇଁ ମାଗଣା ଗୁଗୁଲ୍‍ ଷ୍ଟୋରେଜ୍‍ ଅନୁମତି ଦେବା ବନ୍ଦ କରିବ। ଆଣ୍ଡ୍ରଏଡରେ ହ୍ୱାଟସ୍‍ଆପ୍‍ ବ୍ୟାକଅପ୍‍ ଶୀଘ୍ର ଆପଣଙ୍କର ଗୁଗୁଲ୍‍ ଆକାଉଣ୍ଟର କ୍ଲାଉଡ ଷ୍ଟୋରେଜ ସୀମାକୁ ଗଣିବା ଆରମ୍ଭ କରିବ ବୋଲି ଏକ ବ୍ଲଗ୍‍ ପୋଷ୍ଟ କରି ଉପଭୋକ୍ତାଙ୍କୁ ସୂଚନା ଦିଆଯାଇଛି।

ଏହି ସୁବିଧା ପାଇଁ ଗୁଗୁଲ ୱାନ୍‍ ସବସ୍କ୍ରାଇଭ କରିବାକୁ ପଡିବ। ହ୍ୱାଟସ୍‍ଆପ୍‍ ବ୍ୟାକଅପ୍‍ ବର୍ତ୍ତମାନ ୧୫ଜିବି ଷ୍ଟୋରେଜ ସ୍ପେସର ଅଂଶ ଗ୍ରହଣ କରିବ। ଯାହା ଗୁଗୁଲ୍‍ ଡ୍ରାଇଭ ପୂର୍ବରୁ ମାଗଣା ଆକାଉଣ୍ଟ ସହିତ ଯୋଗାଇଥାଏ। ଯଦି ଆପଣ ଅଧିକ ଷ୍ଟୋରେଜ ସ୍ପେସ୍‍ ପାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଗୁଗୁଲ୍‍ ୱାନକୁ ସବସ୍କ୍ରାଇଭ କରିବାକୁ ପଡିବ। କମ୍ପାନୀର ସଦସ୍ୟତା ସେବା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories