www.samajalive.in
Saturday, December 6, 2025
14.1 C
Bhubaneswar

ଏକ ବର୍ଷ ଶିଶୁର ଝୁଣି ଝୁଣି ଜୀବନ ନେଲେ ବୁଲା କୁକୁର

ହାଇଦ୍ରାବାଦ : ବୁଲା କୁକୁରର ଦଳ ଏକ ବର୍ଷର ଶିଶୁକୁ ଝୁଣି ଝୁଣି ଜୀବନ ନେଇ ଯାଇଛନ୍ତି। ଘଟଣା କ୍ରମେ ହାଇଦ୍ରାବାଦରେ ବୁଧବାର ବିଳମ୍ବିତ ରାତିରେ ଶିଶୁଟିର ବାପା ଓ ପରିବାରର ଅନ୍ୟ ସଦସ୍ୟ ଶମଶାବାଦରେ ନିଜ ଝୁମ୍ପୁଡି ଘରେ ଶୋଇଥିଲେ। ସେହି ସମୟରେ ଏହି ଘଟଣା ଘଟିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ପିଲାଟି ଘରୁ କିଭଳି ବାହାରକୁ ଆସିଲା ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ। ଜଣେ ବ୍ୟକ୍ତି ରାସ୍ତାରେ ଶିଶୁଟି ମୃତ ଅବସ୍ଥାରେ ପଡିଥିବା ଦେଖି ଥିଲେ। ବ୍ୟକ୍ତି ଜଣକ ରାସ୍ତାରେ ମୃତ ଶିଶୁ ନିକଟରେ ୬ଟି କୁୁକୁରକୁ ଦେଖି ପୁଲିସକୁ ଖବର ଦେଇଥିଲେ। ଶିଶୁଟିର ପିତା କୁକୁର କାମୁଡିବାରୁ ଶିଶୁର ମୃତ୍ୟୁ ହୋଇଛି ବୋଲି ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories