www.samajalive.in
Friday, December 5, 2025
20.1 C
Bhubaneswar

୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯୮/୨, ବିଜୟ ଲକ୍ଷ୍ୟ ୪୦୭ ରନ

ସିଡନୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ୩ୟ ଟେଷ୍ଟର ୪ର୍ଥ ଦିନ ଖେଳ ରବିବାର ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଟିମ ଇଣ୍ଡିଆ ୨ୟ ଇନିଂସରେ ୨ ଉଇକେଟ ହରାଇ ୯୮ ରନ୍‌ ସଂଗ୍ରହ କରିଛି। ଚେତେଶ୍ବର ପୂଜାରା ୯ ଏବଂ ଅଧିନାୟକ ଆଜିଙ୍କ୍ୟ ରାହାଣେ ୪ ରନ୍‌ କରି ଅପରାଜିତ ରହିଛନ୍ତି।

ଘରୋଇ ଅଷ୍ଟ୍ରେଲିଆ ଟିମ୍‌ ୩ୟ ଦିନର ଅସମାପ୍ତ ଇନିଂସରୁ ଆଜି ଖେଳ ଆରମ୍ଭ କରିଥିଲା। ୬ ୱିକେଟ ବିନିମୟରେ ଦଳ ୩୧୨ ରନ ସଂଗ୍ରହ କରିଥିବାବେଳେ ପାଳି ଘୋଷଣା କରାଯାଇଥିଲା। ପ୍ରଥମ ଇନିଂସରେ ଦଳ ୯୪ ରନରେ ଅଗ୍ରଣୀ ଲାଭ କରିଥିବାରୁ ଭ୍ରମଣକାରୀ ଦଳକୁ ୪୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା।

- Advertisement -

ଜବାବରେ ଭାରତ ଏହାର ୨ୟ ଇନିଂସ ଖେଳ ଆଜି ଆରମ୍ଭ କରିଛି। ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ ଭଲ ଆରମ୍ଭ କରିଥିଲେ। କିନ୍ତୁ ଦଳର ସ୍କୋର ୭୧ ରନ୍‌ ହୋଇଥିବାବେଳେ ପ୍ରଥମେ ଶୁବମନ୍‌ ଗିଲ୍‌ ଆଉଟ ହୋଇଯିବା ଫଳରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଥିଲା। ଏହା ପରେ ପରେ ୯୨ ରନ୍‌ରେ ରୋହିତ ଶର୍ମା ଆଉଟ ହୋଇଯାଇଥିଲେ। ଜୋଶ ହାଜେଲଉଡ୍‌ ଏବଂ ପ୍ୟାଟ୍‌ କ୍ୟୁମିନ୍‌ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଏହା ୩ୟ ମ୍ୟାଚ। ଆଉ ଗୋଟିଏ ମ୍ୟାଚ ବାକି ଥିବାବେଳେ ପ୍ରଥମ ୨ଟି ମ୍ୟାଚରେ ଉଭୟ ଘରୋଇ ଟିମ ଏବଂ ଭ୍ରମଣକାରୀ ଦଳ ଗୋଟିଏ ଲେଖାଏ ବିଜୟ ସହିତ ସମାନ ସ୍ଥିତିରେ ରହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories