www.samajalive.in
Monday, December 15, 2025
16.1 C
Bhubaneswar

କାଳିଆ ଦର୍ଶନ ପାଇଁ ନିୟମ କୋହଳ; ୨୧ରୁ ଦରକାର ପଡ଼ିବନି କୋଭିଡ ରିପୋର୍ଟ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ କରାଯାଇଛି। ଏହି ନିୟମ ଆସନ୍ତା ୨୧ ତାରିଖରୁ ଲାଗୁ ହେବ। ରବିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି।

ସୋମବାର ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୀତି ନିୟମ ନିର୍ଦ୍ଧାରଣ କରାଯାଇଛି। ବର୍ତ୍ତମାନ ବାହାର ଜିଲାର ଶ୍ରଦ୍ଧାଳୁମାନଙ୍କୁ ଶ୍ରୀମନ୍ଦିରରେ ଦର୍ଶନ ଲାଗି କୋଭିଡ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ପଡ଼ୁଥିବାବେଳେ ନୂଆ ନିୟମ ଅନୁସାରେ ଜାନୁୟାରୀ ୨୧ ତାରିଖରୁ କୋଭିଡ ନେଗେଟିଭ୍‌ ରିପୋର୍ଟ ଦରକାର ପଡ଼ିବ ନାହିଁ। ସେହିପରି ୨୧ ତାରିଖ ପରଠାରୁ ଦୈନିକ ୩୦ ହଜାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯିବ ବୋଲି ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

- Advertisement -

ଏହା ବ୍ୟତୀତ ୨୧ ତାରିଖଠାରୁ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାଦୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ରହିବ। ସକାଳ ୭ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ଅନୁମତି ମିଳିବ। ଅନ୍ୟ ସମୟରେ  ସହରବାସୀ ଦର୍ଶନ କରିବାକୁ ଚାହିଁଲେ ଧାଡ଼ିରେ ଯାଇ ଦର୍ଶନ କରିପାରିବେ। ଫେବୃୟାରୀ ୨୧ ତାରିଖ ପର୍ଯ୍ୟନ୍ତ ଏହି ନିୟବ ବଳବତ୍ତର ରହିବ ବୋଲି ବୈଠକରୁ ସୂଚନା ମିଳିଛି। ତେବେ ଆନନ୍ଦବଜାରରେ ମହାପ୍ରସାଦ ସେବନକୁ ନୂଆ ନିୟମରେ ଅନୁମତି ଦିଆଯାଇ ନାହିଁ। ପୂର୍ବରୁ ମଧ୍ୟ ଅନୁମତି ମିଳି ନ ଥିଲା।

ଅନ୍ୟପଟେ ବୟସ୍କ ବ୍ୟକ୍ତି ବା ବୃଦ୍ଧାବୃଦ୍ଧଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସ୍ବତନ୍ତ୍ର ଧାଡ଼ିରେ ଦର୍ଶନ ଲାଗି ସେମାନଙ୍କ ପାଇଁ ବ୍ୟବସ୍ଥା ହେବ। ରବିବାର ଦିନ ଦର୍ଶନ ବନ୍ଦ ରହିବ। ଏହି ଛୁଟି ଦିନରେ ମନ୍ଦିରକୁ ସାନିଟାଇଜ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଏହି ଦିନ ମନ୍ଦିରରେ ଦର୍ଶନ ପାଇଁ କାହାକୁ ଅନୁମତି ମିଳିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, କରୋନା ଲକଡାଉନ ଯୋଗୁ ଦୀର୍ଘ ୯ ମାସ ପରେ ଗତ ଡିସେମ୍ବର ୨୩ରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିଲା। ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଡିସେମ୍ବର ୨୬ରୁ ୩୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ଦର୍ଶନ ବ୍ୟବସ୍ଥା ହୋଇଥିଲା। ଜାନୁୟାରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ତେବେ ବାହାର ଜିଲାବାସୀଙ୍କ ପାଇଁ କୋଭିଡ ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଥିଲା।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories