www.samajalive.in
Wednesday, December 10, 2025
16.1 C
Bhubaneswar

ସରକାରୀ ବିଦ୍ୟାଳୟ ସମୂହ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ଶିବିର

 କଣ୍ଟାବାଞ୍ଜି :  ସ୍ଥାନୀୟ ସାଗର ପଡ଼ା ପ୍ରାଥମିକ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ୧୩ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରଶିକ୍ଷଣ ସିବିରକୁ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ପିଲାଙ୍କ ଗୁଣାତ୍ମକ ବିକାଶରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ମାଧ୍ୟମରେ ପିଲା ମାନେ କେମିତି ଆଗକୁ ଯିବେ ଆଲୋଚନା ହୋଇଥିଲା । ପିଲାମାନେ ବିଦ୍ୟାଳୟରେ ସରକାରଙ୍କ ତରଫରୁ ବିଦ୍ୟାଳୟ ଗଣ ବେଶ ପାଇବା ବିଷୟରେ ସମସ୍ତଙ୍କୁ ଧାରଣ ଦିଆ ଗଲା ତତ୍ ସହିତ ବିଦ୍ୟାଳୟରେ ମାଗଣା ପୁସ୍ତକ, ମୋ ଡାଏରି, ଖାତା, ଇତ୍ୟାଦି ବଣ୍ଟନ ନେଇ ଆଲୋଚନା ହୋଇଥିଲା।  ଜିଲ୍ଲା ଶିକ୍ଷକ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ତୋଷବନ୍ତ ଦିୱାନ୍ ପର୍ଯ୍ୟବେକ୍ଷକ ଭାବେ ପରିଦର୍ଶନ ଓ ମାର୍ଗ ଦର୍ଶନ ଦେବା ପାଇଁ ଆସି ଥିଲେ । ଏହି ପ୍ରଶିକ୍ଷଣରେ ସବିତା ମହାପାତ୍ର, ସବିତା ପାଣିଗ୍ରାହୀ, ସବିତା ରଣା, ଶାନ୍ତି ଲତା ଭୋଇ, ସୁଭାଷିନୀ ମେହେର, ଜୟନ୍ତୀ ଷଡ଼ଙ୍ଗୀ, ସରସ୍ଵତୀ ବଗର୍ତ୍ତି, ସ୍ୱର୍ଣ୍ଣ ପ୍ରଭା ଦାସ, ବୀଣାପାଣି ଦାସ, ସଂଘମିତ୍ରା ପାଣିଗ୍ରାହୀ, ନମିତା ପାଣିଗ୍ରାହୀ, ଭାରତୀ ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତି ଥିଲେ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories