www.samajalive.in
Wednesday, December 10, 2025
23.1 C
Bhubaneswar

ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ

କେନ୍ଦୁଝରଗଡ : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଓଡିଶା ଆହ୍ୱାନ କ୍ରମେ ୨ଦଫା ଦାବିରେ ସମଗ୍ର ରାଜ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସମୂହଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି । କେନ୍ଦୁଝର ଜିଲା ଶାଖା ପକ୍ଷରୁ ମଧ୍ୟ ଏହି ଆନ୍ଦୋଳନକୁ ବ୍ୟାପକ କରାଯାଇ ଜିଲାର ସମସ୍ତ ୧୩ଟି ବ୍ଲକ ଅଧିନ ୨୯୭ଟି ପଞ୍ଚାୟତରେ କାର୍ଯ୍ୟରତ ୧୮୦ରୁ ଅଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସମୂହ ଛୁଟିରେ ରହି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ସାମିଲ ହୋଇଛନ୍ତି । ଫଳରେ ପ୍ରତି ପଞ୍ଚାୟତରେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବାସହ ହିତାଧିକାରୀଙ୍କୁ ଭତ୍ତା ଓ ରାସନ ସାମଗ୍ରୀ ବଣ୍ଟନରେ ମଧ୍ୟ ବାଧା ଦେଖାଦେଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ପରିବର୍ତ୍ତେ ଯୁକ୍ତ ୩ କରାଯିବା ସହ ଲେଭେଲ-୫ରୁ ଲେଭେଲ-୯କୁ ଦରମା ବୃଦ୍ଧି ଏବଂ ୧୦ବର୍ଷ ଚାକିରି ପୂରଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରି ଜିପିଡିଓ ଭାବେ ଶତପ୍ରତିଶତ ପଦୋନ୍ନତି ସହ ପିଇଓମାନଙ୍କୁ ମଧ୍ୟ ଓଆରଏସ୍‌‌ କ୍ୟାଡରରେ ଅର୍ନ୍ତଭୁକ୍ତ କରାଯିବାକୁ ସଂଘ ପକ୍ଷରୁ ବାରମ୍ବାର ଦାବି କରାଯାଇ ଆସୁଛି । ଏହି ଦାବି ପୁରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କେନ୍ଦୁଝର ଶାଖାର ଭାରପ୍ରାପ୍ତ ସଭାପତି ପ୍ରଶାନ୍ତ ରାଉତ, କାର୍ଯ୍ୟକାରୀ ସଭାପତି ବ୍ରହ୍ମାନନ୍ଦ ବାରିକ, ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବାରିକ, କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ନନ୍ଦ, ଯୁଗ୍ମସମ୍ପାଦକ ରଣଜିତ ମହାନ୍ତ, ସଞ୍ଜୟ ମହାନ୍ତ ଓ ପ୍ରତାପ ଚନ୍ଦ୍ର ମହାନ୍ତ ପ୍ରମୁଖ କହିଛନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories