www.samajalive.in
Wednesday, December 10, 2025
23.1 C
Bhubaneswar

ଓଡିଶା କୃଷି ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

କେନ୍ଦୁଝରଗଡ : ଓଡିଶା କୃଷି ସେବା ସଂଘ କେନ୍ଦୁଝର ଜିଲା ଶାଖା ପକ୍ଷରୁ ଶନିବାର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସହକାରୀ କୃଷି ଅଧିକାରୀ ପଦକୁ ପ୍ରଥମଶ୍ରେଣୀ ପାହ୍ୟା ମାନ୍ୟତା ପ୍ରଦାନ ସହ କୃଷି ଅଧିକାରୀ ପଦର କ୍ୟାଡର ପୁର୍ନଗଠନ ନିମନ୍ତେ ସଂଘ ପକ୍ଷରୁ ବିଗତ ୨ବର୍ଷରୁ ଅଧିକସମୟ ଧରି ହୋଇ ଆସୁଥିବା ଦାବି ସମ୍ପର୍କରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ସତ୍ତ୍ବେ ଦାବି ପୂରଣ କରାଯାଉ ନଥିବା ନେଇ ସଂଘ ପକ୍ଷରୁ ଗଭୀର ଉଦ୍‌‌ବେଗ ପ୍ରକାଶ ପାଇ ଆସୁଛି । ଫଳସ୍ୱରୂପ ଏହି ଦୁଇ ପ୍ରମୁଖ ଦାବିକୁ ସରକାର ଚଳିତମାସ ୩୦ ତାରିଖ ସୁଦ୍ଧା ପୁରଣ ନକଲେ ବାଧ୍ୟ ହୋଇ ଅଗଷ୍ଟ ୩୧ ତାରିଖରୁ ସମସ୍ତ ଅଧିକାରୀ ସମୂହ ଛୁଟିରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବାନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସଂଘର ସଭାପତି ତଥା ଜିଲା ମୁଖ୍ୟ କୃଷି ଅଧିକାରୀ ମିହିର କୁମାର ସାହୁଙ୍କ ନେତୃତ୍ୱରେ କୃଷି ଜିଲା ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ, ସହକାରୀ କୃଷି ଅଧିକାରୀ ଅଜିତ କୁମାର ମଲ୍ଲିକ, ମୃତ୍ତିକା ରସାୟନବିତ୍‌‌ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ବହୁ ଅଧିକାରୀ ଜିଲାପାଳ ଆଶିଷ ଠାକରେଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories