www.samajalive.in
Wednesday, December 10, 2025
23.1 C
Bhubaneswar

ଯାଜପୁର ରୋଡ଼ ଧାମରା ରେଳପଥ ନିର୍ମାଣ ପାଇଁ ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର :  ଯାଜପୁର ରୋଡ଼ ଧାମରା ରେଳପଥ ନିର୍ମାଣ, ଯାଜପୁର ରୋଡ଼ ଠାରେ ନୂଆ ରେଳ ଡ଼ିଭିଜନ, ଦ୍ୱିତୀୟ ରେଳ ରୋଡ଼ ବ୍ରିଜ ନିର୍ମାଣ, ଯାଜପୁର ରୋଡ଼ ଠାରେ ଥିବା ସମସ୍ତ ରେଳ ଅଂଚଳରେ ସ୍ଥ୍ରାୟୀ କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଣ୍ଟିଆ  ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖି ଦାବି କରିଛନ୍ତି । ସେହିପରି ଓଡ଼ିଶା ରାଜ୍ୟ ସରକାର ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେବା ସହିତ ଖୋର୍ଦ୍ଧା ଓ ବଲଙ୍ଗୀର ଉପରେ ଦାବି ପ୍ରସ୍ତାବ ଦେଇଛନ୍ତି । ଏଥି ନିମନ୍ତେ ସମସ୍ତ ଆବଶ୍ୟକୀୟ ଜାଗା ମାଗଣାରେ ଯୋଗାଇବା ଏବଂ ରାଜ୍ୟ ସରକାରଙ୍କ ଭାଗ ଦେବା ପାଇଁ ସମ୍ମତି ସହ ଡଃ ଖୁଣ୍ଟିଆ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଲେଖିଛନ୍ତି । ଯାଜପୁର ରୋଡ଼ରେ ନୂଆରେଳ ଡ଼ିଭିଜନ, ଦ୍ୱିତୀୟ ଫ୍ଲାଇଓଭର ବ୍ରିଜ ତୁରନ୍ତ ନିର୍ମାଣ କରିବା ପାଇଁ ମଧ୍ୟ ଡ଼ଃ ଖୁଣ୍ଟିଆ ତାଙ୍କ ପତ୍ରରେ ଦାବୀ କରିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories