www.samajalive.in
Monday, December 15, 2025
17.1 C
Bhubaneswar

ଶିକ୍ଷକଙ୍କ ନାମରେ କଳଙ୍କ- ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧାହେଲେ ପ୍ରଧାନ ଶିକ୍ଷକ

ତେଲକୋଇ : ବିଦ୍ୟାଳୟର ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରି ବନ୍ଧାହେଲେ ସ୍କୁଲର ରସିକିଆ ପ୍ରଧାନ ଶିକ୍ଷକ । ପ୍ରଧାନ ଶିକ୍ଷକ ଖରାପ ଭାବେ ସ୍ପର୍ଶ ସହ ଅଭଦ୍ର ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ବିରୋଧ କଲେ ଶ୍ରେଣୀଗୃହ ରେ ଛାତ୍ରୀ ଅପମାନିତ ହେଉଥିଲେ ।

ଅନ୍ୟ ଶିକ୍ଷକମାନେ ଏ ବିଷୟରେ ଜାଣିଥିଲେ ମଧ୍ୟ ଚୁପ୍‌ ରହିଥିଲେ । ବିଦ୍ୟାଳୟର ୧୨ ଜଣ ଛାତ୍ରୀ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତି ଏପରି ଖରାପ ଏବଂ ଅଭଦ୍ର ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ । ଗ୍ରାମବାସୀ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ସମ୍ପୃକ୍ତ ପ୍ରଧାନଶିକ୍ଷଙ୍କୁ ଥାନାକୁ ଆଣିଛି । ପୂର୍ବରୁ ଛାତ୍ରୀମାନେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ପ୍ରଧାନଶିକ୍ଷକଙ୍କ ଭୟରେ ଚୁପ୍‌ ରହୁଥିଲେ । ପରେ ଅଭିଭାବକମାନଙ୍କୁ ମାନେ ଏ ବିଷୟରେ ଜାଣିବାପରେ ବିଦ୍ୟାଳୟକୁ ଆସି ଅଭିଯୋଗ କରିବା ସହ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଥିଲେ । ପୂର୍ବରୁ ଏହି ଶିକ୍ଷକ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇ ମଧ୍ୟ ଏପରି ଘୃଣ୍ୟ କାମ କରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ପୁଲିସ ଏବିଷୟକେ ତଦନ୍ତ କରୁଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories